ଦିବ୍ୟ ଦର୍ଶନ ଜରାଶ୍ରମରେ ଜ୍ଞାନ ଚର୍ଚ୍ଚା ଓ ଯୋଗ ଶିକ୍ଷା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ଆଦିପୁର ଗ୍ରାମର ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ପରିଚାଳିତ ଦିବ୍ୟ ଦର୍ଶନ ଜରାଶ୍ରମରେ ସଂସ୍ଥାର ସଭାପତି ମନୋଜ କୁମାର ସାହୁ ଓ ଉପସଭାପତି ମନୋଜ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଡିସେମ୍ବର ୨,୩ ଓ ୪ ତାରିଖ ଦିନ ତ୍ରିଦିବସୀୟ ଜ୍ଞାନ ଚର୍ଚ୍ଚା ଓ ଯୋଗ ଶିକ୍ଷା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦିବ୍ୟ ଦର୍ଶନ ସଂଘର କେନ୍ଦ୍ରୀୟ ସଭାପତି ଗୁରୁଦୀପ୍ତି ସିଂ, ବରିଷ୍ଠ ଗୁରୁଭାଇ ସୁନାରାମ ମାଝୀ ଓ ସତ୍ଯନାରାୟଣ ପାତ୍ର ଯୋଗଦେଇ ଆଶ୍ରମର ସଭା ମଣ୍ଡପରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଜ୍ଞାନ ଚର୍ଚ୍ଚା କରିବା ସହିତ ଯୋଗ ଦ୍ୱାରା କିଭଳି ରୋଗରୁ ମୁକ୍ତି ମିଳି ପାରିବ ସେନେଇ ଆଲୋକପାତ କରିଥିଲେ। ଜ୍ଞାନ ଚର୍ଚ୍ଚା ଓ ଯୋଗ ଦ୍ବାରା ମାନବ ସମାଜର ପଥଭ୍ରଷ୍ଟ ବ୍ୟକ୍ତିମାନଙ୍କ ପରିବର୍ତ୍ତନ ଆଣିବା ସହ ସଦ୍ ମାର୍ଗରେ ଯିବାକୁ ପ୍ରେରଣା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିବା ଦ୍ୱାରା ତାହା ସଫଳ ହୋଇପାରିବ। ବର୍ତ୍ତମାନ ସମୟରେ ଲୋକମାନେ ବିଭିନ୍ନ ବିଷାକ୍ତ ଖାଦ୍ୟ ଖାଇ ବିଭିନ୍ନ ରୋଗାଗ୍ରସ୍ତ ହୋଉଥିବା ବେଳେ ସରଳ ଖାଦ୍ୟ ଖାଇ ଯୋଗ ଅଭ୍ୟାସ ଦ୍ବାରା ଆରୋଗ୍ୟ ହୋଇ ପାରିବେ ବୋଲି ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଶ୍ରମରେ ରହୁଥିବା ବୃଦ୍ଧ ବୃଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ବ୍ୟକ୍ତି ସାମିଲ ହୋଇ ଜ୍ଞାନ ଆହରଣ କରିବା ସହ ଯୋଗ ଶିକ୍ଷା ଓ ଇଶ୍ଵରଙ୍କ ବାର୍ତ୍ତା ଦେଇ ସମାଜକୁ ପରିବର୍ତ୍ତନ କରିବା ପାଇଁ ଉଚିତ ମାର୍ଗ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳତାର ସହିତ ଆଦିପୁର ଶାଖାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ