ପାରାଦୀପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜନ୍ମ ଜୟନ୍ତି ପାଳିତ

ପାରାଦୀପ (ପୀତବାସ ପ୍ରଧାନ): ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପକ୍ଷ ରୁ ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜୟନ୍ତି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ରେ ଆୟୋଜିତ ହୋଇଯାଇଛି । ଏହି ଅବସର ରେ ବିଭିନ୍ନ ଓାର୍ଡ ରେ ସଫେଇ, ବୃକ୍ଷ ରୋପଣ, ବିଜୁ ବାବୁ ର୍୍‌କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ ହୋଇଥିଲା । ଅପରାହ୍‌ନ ରେ ଟ୍ରଷ୍ଟ ପରିସର ରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା । ଏହି ସଭା ରେ ମୁଖ୍ୟ ଅତିଥି ଭାବେ ସାଂସଦ ଡା.ରାଜଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥିି ଭାବେ ବିଧାୟକ ସଂବିତ ରାଉତରାୟ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଜୁ ଶ୍ରମିକ ସାମୁଖ୍ୟ ର ଉପସଭାପତି ଯୁଗଳ କିଶୋର ନାୟକ , ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରମୋଦ କିଶୋର ଜେନା, ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକ, ରାଜ୍ୟ ମହିଳା ସାମୁଖ୍ୟ ର ଯୁଗ୍ମ ସଂପାଦିକା ସବିତା ମହାପାତ୍ର, ରଂଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ ବିଜୁ ବାବୁ ଙ୍କ ଜୀବନୀ ସଂପର୍କ ରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ସାଧାରଣ ସଂପାଦକ ତଥା ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ ପୌରହିତ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ