ପାର୍କିଂ କୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାରେ ଗୁଳି ଫୁଟିଛି । ତେବେ ଏଥିରେ କେହି ହତାହତ ହୋଇନାହାନ୍ତି । ସୂଚନା ଅନୁଯାୟୀ,ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା । ଏହି ସମୟରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଗୁଳି କରାଯାଇଥିଲା । ସେମାନେ ୩ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲେ । ଏହି ଘଟଣା ପରେ ଉକ୍ତ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ