ବିଏସ୍ଏନ୍ଏଲ୍ ପକ୍ଷରୁ ହିନ୍ଦୀ ପଖୱାଡା ସମାରୋହ-୨୦୨୧
ଭୁବନେଶ୍ୱର (ୱାଇଏନ୍ଏସ୍): ହିନ୍ଦୀ ସବୁଠାରୁ ସରଳ ଏବଂ ସହଜଭାଷା ଯାହା ମାତୃଭାଷା ସହିତ ଗ୍ରହଣୀୟ ଏବଂ ହିନ୍ଦୀ ଭାଷା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ କରିବା କଥା । ଭାରତୀୟ ଭାଷାମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବ ରାଷ୍ଟ୍ରୀୟ ଏକତାକୁ ସୁଦୃଢ କରିବା ଦିଗରେ ହିନ୍ଦୀ ଭାଷାର ସ୍ୱତନ୍ତ୍ରତା କେବଳ ଏକ ରାଷ୍ଟ୍ରରେ ସୀମିତ ନୁହେଁ, ପରନ୍ତୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବେଶ୍ ଆଦୃତ । ଏହି ଭାଷା କୌଣସି ସମ୍ପ୍ରଦାୟ ବା ଧର୍ମର ଭାଷା ନୁହେଁ ଏହା ସମସ୍ତଙ୍କର ଭାଷା । ଭାରତର ଏକତା, ଅଖଣ୍ଡତା ପାଇଁ ଏହି ଭାଷାକୁ କେବଳ ସରକାରୀ ସ୍ତରରେ ନୁହେଁ, ପ୍ରତ୍ୟେକସ୍ତରରେ ଅଧିକରୁ ଅଧିକ ବ୍ୟବହାର କରିବା ଉଚିତ ବୋଲି ଭାରତ ସଂଚାର ନିଗମ ଲିମିଟେଡ, ଓଡିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର, ମୁଖ୍ୟ ଡା. ଉଦୟ ଶଙ୍କର ପଣ୍ଡା ମହୋଦୟ କହିଛନ୍ତି । ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର ମୁଖ୍ୟାଳୟରେ ଆୟୋଜିତ ହିନ୍ଦୀ ପକ୍ଷ-୨୦୨୧ ସମାରୋହର ଉଦ୍ଘାଟନ କରିବା ଅବସରରେ ସେ ହିନ୍ଦୀର ପ୍ରୟୋଗ, ପ୍ରଚାର ଓ ପ୍ରସାର ଦିଗରେ ଗୁରୁତ୍ୱାରୋପ କରି ଏହା କହିଥିଲେ । ପର୍ଯ୍ୟାୟକ୍ରମେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଶ୍ରୀ ଦୁଷ୍ମନ୍ତ କୁମାର ବେହେରା, ଶ୍ରୀ ମନୋଜ କୁମାର ପଟେଲ, ଶ୍ରୀ ଶଶୀଦେବ ଦୁର୍ଗା, ଶ୍ରୀ ହମ୍ବେ ହେମ୍ବ୍ରମ୍ ପ୍ରମୁଖ ଅଧିକାରୀଗଣ ରାଜଭାଷା ହିନ୍ଦୀର ପ୍ରସାର, ପ୍ରଚାର ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ହିନ୍ଦୀ ପକ୍ଷ ୧ରୁ ୧୫ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ପ୍ରତ୍ୟେକ ଦିନ କର୍ମଚାରୀ ଏବଂ ପିଲାମାନଙ୍କ ମଧ୍ୟରେ ହିନ୍ଦୀର ବିଭିନ୍ନ ପ୍ରତିଯୋଗିତା କରାଯିବାର ସୂଚନା କାର୍ଯ୍ୟାଳୟର ହିନ୍ଦୀ ଅନୁବାଦକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତପସ୍ୱୀ ପ୍ରସାଦ ବେହେରା, ବୃନ୍ଦାବନ ବେହେରା, ଅଲିଭା ମହାପାତ୍ର, ଡା, ଜୟନ୍ତୀ ପଟ୍ଟନାୟକ, ଶର୍ମିଳା ମିଶ୍ର, ଅଶୋକ କୁମାର ପାଲ, ଚନ୍ଦ୍ରମଣି ବେହେରା, ନୃସିଂହ ଚରଣ ଦାସ, ପ୍ରଦୀପ୍ତ ଚନ୍ଦ୍ର ପୃଷ୍ଟି, ଚକ୍ରଧର ମୁଦୁଲି, ଅମୀୟ କୁମାର ଖିଲାର ପ୍ରମୁଖ ଅଧିକାରୀଗଣ ଏବଂ ଅଧିକାଂଶ କର୍ମଚାରୀମାନେ କୋଭିଡ-୧୯ ନିୟମାନୁଯାୟୀ ସମାରୋହରେ ଉପସ୍ଥିତ ଥିଲେ । ଡା. ସଞ୍ଜୀବ କୁମାର ରାଉତରାଓ ଓ ତାଙ୍କ ସାଥୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱାଗତ ସଙ୍ଗୀତ ସମସ୍ତଙ୍କୁ ମନୋରଞ୍ଜନ ଦେଇଥିଲା । ଦେବେନ୍ଦ୍ର ଚନ୍ଦ୍ର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ଓ ନୃସିଂହ ନାଥ ମହାରଣା ସମାରୋହକୁ ସଂଯୋଜନା କରିଥିଲେ ।


