ପାର୍ବଣ ପୂର୍ବରୁ ହିଞ୍ଜିଳିରେ ଜୁଆର ଆସର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଦଶହରା ଦୁର୍ଗା ପୂଜା ସମେତ କୁମାରଉତ୍ସବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଖେଳର ଆସର ଜମୁଥିବା ଦେଖିବାକୁ ମିଳୁଛି । ପରମ୍ପରା ନାଁ ରେ ବେଧଡକ ଭାବେ ଜୁଆ ଖେଳର ଆସର ଜମୁଛି । ହେଲେ ପାର୍ବଣ ପୂର୍ବରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ଏକ ବଡ ଧରଣର ଜୁଆଆଡ୍ଡା ଚାଲିଥିଲା । ଶନିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସାରୁ ଏକ ରାଇସ ମିଲ୍ ନିକଟରେ ଜୁଆ ଆଡ୍ଡା ଚାଲିଥିବା ନେଇ ହିଞ୍ଜିଳି ପୁଲିସକୁ ଖବର ମିଳିଥିଲା । ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ତ୍ୱରେ ଏକ ପୁଲିସ ଟିମ୍ ଅର୍ତ୍ତକିତ ଚଢାଉ କରିଥିଲେ । ଚଢାଉରେ ପୁଲିସ ୧୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧ଲକ୍ଷ ୫୩ ହଜାର ଟଙ୍କା ସମେତ ୧୮ଟି ମେବାଇଲ ଫୋନ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର ବଡ ବଜାର ଥାନା ତୁଳସିନଗର ୮ମ ଲାଇନର ସୁବ୍ରତ ପରିଡା, କୁମ୍ଭାରସାହିର ଶ୍ରୀନିବାସ ଜେନା, ପ୍ରଦ୍ୟୁନ୍ନ ଆଚାରୀ, ବାଲାଜୀପେଣ୍ଠ ସାହିର ପି. ସୁରେଶ କୁମାର, ଶ୍ରୀରାମନଗରର ଶ୍ରୀନିବାସ ମହାଙ୍କୁଡ, ବ୍ରହ୍ମପୁର ଟାଉନ ଥାନା ଇଲାକାର ଏନ. ରାଜୁ, ଦିଲ୍ଲିପ ରାଉଳ, କବିର ପାତ୍ର, ସଦର ଥାନା କୁକୁଡାଖଣ୍ଡି ଗ୍ରାମର ଗୌରିଶଙ୍କର ପଟ୍ଟନାୟକ, ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ଭାଣ୍ଡି ରବିନ୍ଦ୍ର, ଆଙ୍କୋରଡାର ଲିଟୁ ସେଠି, ସାରୁ ଗ୍ରାମର ପ୍ରଭାକର ନାୟକ, ମାଣିକନଗରର ବାଳକୃଷ୍ଣ ମିଶ୍ର, ଶେରଗଡ ଥାନା ହାଡିଚିରା ଗ୍ରାମର ଚେଇନ ପାତ୍ର, ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଟିଟୁ ବେହେରା ଓ ପୁରୁଷୋତ୍ତମପୁର ରଜାସାହିର ପ୍ରସନ୍ନ କୁମାର ବେହେରା । ଏ ନେଇ ହିଞ୍ଜିଳି ଥାନାରେ ନଂ- ୪୬୬/୨୨ରେ ଏକ ମାମଲା ରୁଜୁ କରି ଗିରଫ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ହିଞ୍ଜିଳି ଥାନା ଇଲାକାରୁ ଜୁଆଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବ ବୋଲି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ଚଢାଉରେ ଥାନା ଏସଆଇ ସିଦ୍ଧାର୍ଥ ଜେନା, ରାଘବ ପ୍ରଧାନ, ଏଏସଆଇ ଉପେନ୍ଦ୍ର କର୍ଷକ, ସୁବାଷ ମିଶ୍ର, ହାବିଲଦାର ପ୍ରମୋଦ ଗନ୍ତାୟତ, କନେଷ୍ଟବଳ ଜିତେନ୍ଦ୍ର ଗୌଡ, ସନ୍ତୋଷ ରେଡ୍ଡି, ସୁଜିତ ବେହେରାଙ୍କ ସମେତ ଓଏପିଏଫ ଓ ଓଏଏସପି ପୋଲିସ ବାହିନୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ