ପିତାତଳି ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ଉପଜିଲ୍ଲାପାଳ

ଚିକିଟି , (ଯୁଗାବ୍ଦ ନ୍ୟୁଜ) : ଚିକିଟି ବ୍ଲକ ପିତାତଳି ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରାୟ ଭାଉସାହେବ ପରିଦର୍ଶନ ରେ ଆସିଥିଲେ । ସ୍କୁଲର ଶ୍ରେଣୀ ଗୃହରେ ପହଞ୍ଚି ଛାତ୍ର ଛାତ୍ରୀ ଙ୍କୁ ପଢ଼ାଇ ପ୍ରଶ୍ନ ଉତ୍ତର ପଚାରି ସନ୍ତୁଷ୍ଟ ହୋଇଥିଲେ । ଏବେଠାରୁ ପ୍ରସ୍ତୁତି ହେଲେ ଭବିଷ୍ୟତରେ ଭଲ ପାଠପଢି ଆଇଏସ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ। ସ୍କୁଲର ସମସ୍ତ ଶ୍ରେଣୀ ଗୃହ, ବିଜ୍ଞାନପରୀକ୍ଷା ଗୃହ, କମ୍ପୁଟର ଲାଵ, ଲାଇବ୍ରେରୀ କକ୍ଷ ଓ ରୋଷେଇ ଘର ଦେଖି ଖାଦ୍ୟର ମାନ ପରଖିବା ପାଇଁ ପିଲାଙ୍କ ମେଳରେ ମଧ୍ୟ।ନ୍ନ ଭୋଜନ କରି ଭୋଜନ ଗୁଣାତ୍ମକ ଥିବା କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷକ ହେମନ୍ତ କୁମାର ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ