କେନ୍ଦ୍ରାପଡା ସାଂସଦଙ୍କ ଦୁର୍ବ୍ୟବହାରକୁ ବନ୍ତ ପ୍ରେସ୍ କ୍ଲବର ନିନ୍ଦା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ନିନ୍ଦା କରାଯାଇଛି । ଏନେଇ ଶୁକ୍ରବାର ବନ୍ତ ଠାରେ ସଭାପତି ପତଞ୍ଜଳୀ କରଶର୍ମାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ହରି ନାରାୟଣ ମହାନ୍ତି, ହେମନ୍ତ କୁମାର ସିଂହ, ସଂଗ୍ରାମ କେଶରୀ ଜେନା, ସନାତନ ରାଉତ, ଜ୍ଞାନଦା ପ୍ରସାଦ କରଶର୍ମା, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ରବିନ୍ଦ୍ର ଓଝାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ବେଳେ ସେମାନଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଛି । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧି ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ସୁରକ୍ଷା ବିଲ୍ ଆଣିବା ପାଇଁ ବୈଠକରେ ଦାବୀ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ