ପିପୁଲସ କଲେଜରେ ଏନ.ଏସ.ଏସ. ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ସେପ୍ଟେମ୍ବର ୨୪ ତାରିଖ ଦିନ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଦିବସ ଉପଲକ୍ଷେ ଆୟୋଜିତ ସଭାରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀକାନ୍ତ ଭଟ୍ଟ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରଭଞ୍ଜନ ମୁନି, ଡକ୍ଟର ଜୟରାମ ବିଷୋୟୀ, ହରିକୃଷ୍ଣ ନାୟକ, ଆତ୍ମା ପ୍ରକାଶ ନାୟକ, ଡାକ୍ତର ପ୍ରଦୀପ କୁମାର ଦାସ, ନରହରି ଚୌଧୁରୀ ଅତିଥିଭାବେ ଯୋଗଦେଇଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇ ଅତିଥି ପରିଚୟ ସହ ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ଜାତୀୟ ସେବା ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସେବା ମନୋବୃତ୍ତି ଜାତୀୟ ଗର୍ବ ଓ ଗୌରବ ଆଣିଥାଏ ବୋଲି ମତ ପ୍ରକାଶ ପାଇଥିଲା। ଅଧ୍ୟାପକ ଆତ୍ମପ୍ରକାଶ ନାୟକଙ୍କ ସ୍ୱର ସଂଯୋଜନାରେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ