ପିପୁଲସ କଲେଜ ଯୁବ ରେଡକ୍ରସ ପକ୍ଷରୁ ସଫେଇ କାର୍ଯ୍ୟ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଜୁଲାଇ ୩୦ ତାରିଖ ପିପୁଲସ କଲେଜ ର ପ୍ରତିଷ୍ଠା ଦିବସ । ଏହାର ପୂର୍ବ ଦିନ ପିପୁଲସ କଲେଜର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ବୃନ୍ଦ ମହାବିଦ୍ୟାଳୟ ପରିସର କୁ କରିଥିଲେ ସଫାସୁତୁରା । ଜୁଲାଇ ୨୯ ତାରିଖ ଦିନ ଶ୍ରେଣୀ ଶିକ୍ଷାଦାନ ସମାପ୍ତ ପରେ ଯୁବ ରେଡକ୍ରସ ସଂଯୋଜକ ତଥା ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ବିନୋଦ କୁମାର କର ଙ୍କ ଅଧ୍ୟକ୍ଷତାରେ ୨୫ ଜଣ ଯୁବ ରେଡକ୍ରସର ଛାତ୍ରଛାତ୍ରୀ ଙ୍କୁ ନେଇ ରୁମ ନଂ ୧୬ କକ୍ଷରେ ବୈଠକ ହୋଇଥିଲା । ଶ୍ରୀ କର, ଯୁବ ସ୍ବେଚ୍ଛାସେବୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ପରାମର୍ଶ ଦେବାପରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ସ୍ବେଚ୍ଛାସେବୀ କଳ୍ପତରୁ ରଣା, ଚିନ୍ମୟୀ ସାହୁ ଓ ଅଲେଖ ବାରିକଙ୍କ ନେତୃତ୍ୱରେ ସମସ୍ତ ସ୍ବେଚ୍ଛାସେବୀ ସୁଚାରୁଭାବେ ମହାବିଦ୍ୟାଳୟର ପରିସରକୁ ପରିଷ୍କାର କରିଥିଲେ । ପ୍ରତିଷ୍ଠା ଦିବସରେ ମହାବିଦ୍ୟାଳୟ ପରିସରକୁ ପରିଷ୍କାର ରହିବ ହେଉଛି ଏହି କାର୍ଯ୍ୟକ୍ରମର ମହତ୍ତ ଉଦ୍ଦେଶ୍ୟ। ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଓ ଅଧ୍ୟାପକ ବୃନ୍ଦ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ