ବିଜୁଳି ଚଡକରେ ମହିଳା ଚାଷୀ ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର କରଞ୍ଜେଇ ଗ୍ରାମରେ ମହିଳା ଚାଷୀ ମାଇନୋ ହେମ୍ବ୍ରମ (୫୮) ଶୁକ୍ରବାର ବିଲରେ ଅପରାହ୍ନ ୧.୩୦ ଟା ପାଖାପାଖି ସମୟରେ ବିଲରେ ଚାଷ କରୁଥିବା ସମୟରେ ବଜ୍ରପାତରେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରିଛି । ଶନିବାର ଦିନ ଭାଇନା ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ