ପିଲାଙ୍କ ଟୁଥ୍ବ୍ରଶ୍
ପ୍ରଥମ ଥର ମା’ବାପା ହେବାର ଖୁସି ସହିତ ଅନେକ ଦାୟିତ୍ବ ମଧ୍ୟ ସାଙ୍ଗରେ ଆଣିଥାଏ। ପିଲାଙ୍କ ଶାରୀରିକ ଯତ୍ନ ନେବା ବହୁତ ଆବଶ୍ୟକ। କାରଣ ଏହି ସମୟରେ ପିଲାଙ୍କ ଯେଉଁ ଯତ୍ନ ନିଆଯାଏ, ତାହା ତାଙ୍କୁ ସାରା ଜୀବନ ଅନେକ ଶାରୀରିକ ସମସ୍ୟାରୁ ରକ୍ଷା କରିଥାଏ। ପିଲାଙ୍କ ପ୍ରଥମ ଦାନ୍ତ, ଯାହାକୁ କିଛି ଲୋକ ଦୁଧ ଦାନ୍ତ ବୋଲି ମଧ୍ୟ କହନ୍ତି। ଯଦିଓ ଏହି ଦାନ୍ତ କିଛି ଦିନ ପରେ ଭାଙ୍ଗି ଯାଏ, ତଥାପି ଏହାର ଯତ୍ନ ନେବା ଉଚିତ। ଚାଲନ୍ତୁ ଜାଣିବା ଏ ସମ୍ପର୍କରେ।
ବୟସ ବଢ଼ିବା ସହିତ ପିଲାମାନେ ବ୍ରଶ୍ କିପରି କରିବେ ସେ ସମ୍ପର୍କରେ ସାଧାରଣତଃ ମା’ ବାପାଙ୍କୁ ପଚାରିଥାନ୍ତି। ଏକଥାକୁ ନେଇ ମା’ ମାନେ ଅଧିକ ଚିନ୍ତାରେ ପଡ଼ି ଯାଆନ୍ତି। ଚିନ୍ତାରେ ରହିବା ବି ସ୍ବାଭାବିକ କଥା। କାରଣ ଏହା ପିଲାଙ୍କ ହାଇଜିନ୍ ଉପରେ ଧ୍ୟାନ ରଖିବା ଆବଶ୍ୟକ। ଅଧିକାଂଶ ମା’ମାନେ ପ୍ରଶ୍ନ କରିଥାନ୍ତି ଯେ କେଉଁ ବୟସରେ ବ୍ରଶ୍ କରିବା ଆରମ୍ଭ କରିବା ଉଚିତ। ଛୋଟ ପିଲାଙ୍କୁ ବ୍ରଶ୍ କରାଇବା ଉଚିତ କି ନୁହେଁ? ଯଦି ଆପଣ ମଧ୍ୟ ଏହି କଥାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଏଠାରେ ଏ ସମ୍ପର୍କରେ କିଛି ସୂଚନା ଦିଆଯାଇଛି।
ପିଲାଙ୍କ ପ୍ରଥମ ଟୁଥବ୍ରଶ୍
ପାଖାପାଖି ୧୪-୧୫ ମାସ ହେବା ପରେ ପିଲାଙ୍କ ୧୨ରୁ ୧୩ଟି ଦାନ୍ତ ଉଠି ଥାଏ। ଦାନ୍ତ ଉଠିବାର ପ୍ରକ୍ରିୟା ୪ ମାସରୁ ଆରମ୍ଭ ହୋଇଯାଏ। କିନ୍ତୁ ୧ ବର୍ଷ ଯାଏ ପିଲାଙ୍କୁ ବ୍ରଶ୍ କରିବା ଆବଶ୍ୟକ ନ ଥାଏ। ପିଲାମାନେ ଯେତେବେଳେ ଯାଏ ତରଳ ଖାଦ୍ୟ ଖାଉଛନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ବ୍ରଶ୍ ନ କରାଇଲେ ଚଳିବ। କିନ୍ତୁ ପିଲା ଯେବେଠାରୁ କଠିନ ଖାଦ୍ୟ ଖାଇବା ଆରମ୍ଭ କରନ୍ତି, ତେବେ ବ୍ରଶିଂ ଟ୍ରିଟ୍ମେଣ୍ଟ କରିବା ଉଚିତ।
କିପରି ହେବା ଦରକାର ଟୁଥ୍ ପେଷ୍ଟ
ପିଲାଙ୍କୁ ଟୁଥ୍ପେଷ୍ଟ ଚୟନ କରିବାବେଳେ ସବୁବେଳେ ଧ୍ୟାନରେ ରଖନ୍ତୁ, ଏଥିରେ ଫ୍ଲୋରାଇଡ୍ ରହିବା ଉଚିତ ନୁହେଁ। ଦାନ୍ତ ବ୍ରଶ୍ କରିବାବେଳେ ପିଲାମାନେ ପେଷ୍ଟ ଖାଇ ନିଅନ୍ତି। ଏପରିସ୍ଥଳେ ଫ୍ଲୋରାଇଡ୍ ପିଲାଙ୍କ ପେଟ ଭିତରକୁ ଚାଲିଗଲେ, ଏହା ତାଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ତେଣୁ ପିଲାଙ୍କ ଟୁଥ୍ପେଷ୍ଟ ସବୁବେଳେ ଫ୍ଲୋରାଇଡ୍ ଫ୍ରି ହେବା ଉଚିତ।
ଟୁଥ୍ବ୍ରଶ୍
ପିଲାଙ୍କ ପାଇଁ ଟୁଥ୍ବ୍ରଶ୍ ଚୟନ କରିବାବେଳେ ଏହାର ହ୍ୟାଣ୍ଡଲ ମୋଟା ଓ ବ୍ରଶ୍ କରୁଥିବା ଭାଗ ପତଳା ହେବା ଉଚିତ। ପିଲାଙ୍କ ମୁହଁରେ କୌଣସି ବି ପ୍ରକାରର ସମସ୍ୟା ହେବା ଉଚିତ ନୁହେଁ। ବ୍ରଶ୍ର ହ୍ୟାଣ୍ଡଲ ମୋଟା ହେବା ଫଳରେ ପିଲା ଧିରେ ଧିରେ ବ୍ରଶ୍କୁ ଧରିବା ଶିଖିବେ।
କେତେ ଥର କରିବେ ବ୍ରଶ୍
ସକାଳୁ ଉଠିବା ପରେ ଥରେ ପିଲାଙ୍କ ଦାନ୍ତକୁ ବ୍ରଶ୍ କରନ୍ତୁ। ଏହାପରେ ରାତିରେ ଶୋଇବା ପୂର୍ବରୁ ପୁଣିଥରେ ବ୍ରଶ୍ ନିହାତି ଭାବେ କରନ୍ତୁ। ବ୍ରଶ୍ କରିବା ସମୟରେ ନିଜେ ପିଲାଙ୍କ ସହିତ ବ୍ରଶ୍ କରନ୍ତୁ। ପିଲାଙ୍କ ପାଇଁ ସକାଳ ରୁଟିନ୍ ଏଣ୍ଟରଟେନିଂ ହେବ।
ଜିଭ ସଫା
ପିଲାଙ୍କ ଜିଭ ସଫା କରିବା ଏତେ ଆବଶ୍ୟକ ପଡ଼ି ନ ଥାଏ। କିନ୍ତୁ ଯଦି ପିଲାଙ୍କ ମୁହଁରୁ ଦୁର୍ଗନ୍ଧ ବାହାରୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପିଲାଙ୍କ ଜିଭ ସଫା କରିବାର ଆବଶ୍ୟକତା ୫ ବର୍ଷ ପରେ ହୋଇଥାଏ। ସେତେବେଳେ ପିଲା ନିଜେ ବ୍ରଶ୍ କରିବା ଶିଖି ଯାଇଥାନ୍ତି।
୧୨ରୁ ୧୮ ବର୍ଷ ଯାଏ ରଖନ୍ତୁ ଧ୍ୟାନ
ପିଲାଙ୍କ ଓରାଲ ହେଲ୍ଥର ସବୁଠାରୁ ଅଧିକ ଯତ୍ନ ୧୨ରୁ ୧୮ ମାସ ଯାଏ କରିବା ଉଚିତ। କେତେକ ଲୋକେ କ୍ଷୀର ଦାନ୍ତ ଟେମ୍ପରାରୀ ଭାବି ଏହାର ଯତ୍ନ ନେଇ ନ ଥାନ୍ତି। କିନ୍ତୁ କ୍ଷୀର ଦାନ୍ତର ଧ୍ୟାନ ନ ରଖିବା ଫଳରେ ପରମାନେଣ୍ଟ ଦାନ୍ତର ତିଆରି ଉପରେ ପ୍ରଭାବ ପଡ଼ିଥାଏ।
ମିଠା ଖାଇବା ପରେ ବ୍ରଶ୍ କରନ୍ତୁ
ପିଲା ବଡ଼ ହେବା ସହିତ ମିଠା ଖାଇବା ଅଭ୍ୟାସ ମଧ୍ୟ ବଢ଼ିଯାଏ। ମିଠା ଖାଇବା ଫଳରେ ଦାନ୍ତ ଖରାପ ହୋଇ ଯାଇଥାଏ। ତେଣୁ ମିଠା ଖାଇବା ପରେ ପିଲାଙ୍କୁ ବ୍ରଶ୍ କରାଇବା ଉଚିତ।


