ପିସିଅ।ଇ ସଦସ୍ୟ ପ୍ରଭାତ ଦାସଙ୍କ ବିୟେ।ଗରେ ଏଏସଏମଏନଅ।ଇର ଶେ।କ
ବ୍ରହ୍ମପୁର : ଓଡ଼ିଶା ସାମ୍ବାଦିକ ସଂଘ ସଭାପତି ତଥା ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ପ୍ରେସ କାଉନସିଲମେମ୍ବର ପ୍ରଭାତ ଦାଶଙ୍କ ଅକାଳ ବିୟେ।ଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ନବୀନ ଭବନ ପରିସରରେ ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଏକ ଶେ।କସଭା ଅନୁଷ୍ଠିତ ହେ ।ଇଯାଇଛି । ଶ୍ରୀ ରଥ ଦିବଂଗତ ଦାସଙ୍କ ସମ୍ପର୍କରେ ଅ।ଲେ।ଚନା କରି ସେ ଜଣେ ଦକ୍ଷ ସାଲିସ ବିହୀନ ସଂଗଠକ ଭାବେ ରାଜ୍ୟରେ ଏକ ନୂତନ ସାମ୍ବାଦିକ ସଂଘ ଗଠନ କରିପାରିଥିଲେ ଏବଂ ପ୍ରେସ କାଉନସିଲର ସଦସ୍ୟ ଭାବେ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ସୁରକ୍ଷା ପାଇଁ ବହୁ ଉଦ୍ୟମ କରିଥିଲେ । ତାଙ୍କ ଅ।ତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶେ।କ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ରାଜ୍ୟର ଜଣେ ଅଗ୍ରଣୀ ସାମ୍ବାଦିକଙ୍କୁ ହରାଇଲା ବେ ।ଲି ବୈଠକରେ ଉପସ୍ଥିତ ବିବିଧ ସମ୍ବାଦର ସମ୍ପାଦକ ଗୌରାଙ୍ଗ ଚୌଧୁରୀ, ବିପ୍ଲବୀ ପରିକ୍ରମାର ସମ୍ପାଦକ ସରେ।ଜ ରଞ୍ଜନ ପଟ୍ଟନାୟକ, ବିଜୟକେତନର ସମ୍ପାଦକ ନୃସିଂହ ପ୍ରସାଦ ପାଢ଼ୀ, ସୂଯର୍ୟାଲେ।କର ସମ୍ପାଦକ ମୀନକେତନ ଜେନା, ସୁଶାନ୍ତ କର, କପିଳ ଚନ୍ଦ୍ର ମହାନ୍ତି, ପବିତ୍ର ଚୌଧୁରୀ, ଅ।ଡଭେ ।କେଟ ପ୍ରଣବ ପାଢ଼ୀ, ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯେ ।ଗଦେଇ କହିବା ସହ ସ୍ୱର୍ଗତ ଅ।ତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


