ବାଲିବରେଇ ପଞ୍ଚାୟତ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ଡାକ୍ତରଖାନା ମାନଙ୍କରେ ଡାକ୍ତର ଅଭାବ ଯୋଗୁଁ ଗ୍ରାମାଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବା ଟିକେ ପାଇବା ପାଇଁ ନାନା ଆସୁବିଧା ଭୋଗ କରିଆସୁଛନ୍ତି । ଯେଉଁଥିପାଇଁ କି ବାଲିବରେଇ ଭଳି ଏକ ଆଦିବାସୀ ହରିଜନ ବହୁଳ ପଞ୍ଚାୟତର ଲୋକମାନେ ଭଦ୍ରକ କିମ୍ବା ଆନନ୍ଦପୁର ଯିବାକୁ ବାଧ୍ର ହୋଇ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଲିବରେଇ ପଞ୍ଚାୟତ ପକ୍ଷରୁ ପ୍ରତିମାସରେ ଏକ ମାଗଣା ସ୍ୱାସ୍ତ୍ୟ ଶିବିର ଆୟୋଜନ କରାଯାଇ ଲୋକମାନଙ୍କୁ ମାଗଣରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଆଜି ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜଗନ୍ନାଥ ପହିଙ୍କ ଦ୍ୱାରା ଆଜି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଡାକ୍ତର ଜଗନ୍ନାଥ ପହି ଏହି ବାଲିବରେଇ ପଞ୍ଚାୟତର ଲୋକ ହୋଇଥିବାରୁ ସେ ଆସି ପହଞ୍ଚିବାପରେ ତାଙ୍କୁ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ଘଡେଇ, ସମିତିସଭ୍ୟ ଦମୟନ୍ତୀ ଜେନା, ନରହରି ପାତ୍ର, ପିତାମ୍ବର ପଣ୍ଡା, ଅଭୟ କୁମାର ଜେନା, ନିରୋଦ କୁମାର ସାମଲ, ଚିନ୍ତାମଣି ମହାନ୍ତି, ହୃଷିକେଶ ମହାନ୍ତି, ବସନ୍ତ କୁମାର ପହି, ଗୌରାଙ୍ଗ ସାମଲ, ଅନନ୍ତ କୁମାର ଆୟଚ, ଭଗବାନ ବିଶ୍ୱାଳ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସେ ପ୍ରତିମାସରେ ଥରେ ଏଠାକୁ ଆସି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ତାଙ୍କୁ ଅନୁରୋଧ କରିଛନ୍ତି ।


