ପୁଣି ଚାରି କରୋନା ପଜେଟିଭ ଚିହ୍ନଟ, ୩୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡ଼ିହି, (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପୁଣି ଚାରିଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ୩୫ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଶାସଙ୍ଗ ପଞ୍ଚାୟତର ହୋଇଥିବାବେଳେ ଆଉ ତିନିଜଣ ସୁଲଣ ପଞ୍ଚାୟତର । ସୁଚନା ଅନୁଯାଇ ଶାସଙ୍ଗ ପଞ୍ଚାୟତର ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା । ସେ ଗତ ୧୫ଦିନ ତଳେ ଦିଲ୍ଲୀରୁ ଫେରି ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ ଠାରେ ଥଣ୍ଡା, ଜ୍ୱର ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠାଯାଇଥିଲା । ଆଜି ତାଙ୍କ ନମୁନା ରିପୋର୍ଟ ପଜେଟିଭ ଆସିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ଉପସ୍ଥିତିରେ ଡାକ୍ତର ସଂଗ୍ର୍ରାମ କେଶରୀ ବ୍ରହ୍ମ, ବିପିଓ ଚନ୍ଦନ ସାହୁ, ଆଶାକର୍ମୀ ଅପର୍ଣ୍ଣା ବେହେରା, ସ୍ୱାସ୍ଥ୍ୟକର୍ମୀ ଟୁକୁନୁ ଜେନା ପ୍ରମୁଖ ପହଞ୍ଚି ତାଙ୍କୁ କୋଭିଡ- ୧୯ ହସପିଟାଲକୁ ପଠାଇଥିଲେ । ସେହିପରି ଆଉ ତିନିଜଣ ପଜେଟିଭ ସୁଲଣ ପଞ୍ଚାୟତ ସୁଲଣ ଓ ଜଳସରପୁର ଗ୍ରାମର । ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା । ତନ୍ମଧ୍ୟରୁ ଦୁଇଜଣ ୧୨ଦିନ ପୁର୍ବରୁ ଫେରି ସୁଲଣ ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ଆଉ ଜଣେ ଗତ ୭ଦିନ ପୁର୍ବରୁ ସେହି ମହାରାଷ୍ଟ୍ରରୁ ଫେରି ସୁଲଣ ହାଇସ୍କୁଲ ଟିଏମସିରେ ଥିଲେ । ସେମାନଙ୍କ ବୟସ ୩୨ରୁ ୩୪ଭିତରେ । ପୁର୍ବରୁ ଜଣେ ଆକ୍ରାନ୍ତ ଏଠାରେୁ ଚିହ୍ନଟ ହେବାପରେ ଗତ ୨୯ତାରିଖରେ ଟିଏମସିରେ ଥିବା ସମସ୍ତ ପ୍ରବାସୀଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ଆଜି ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ରିପୋର୍ଟ ପଜେଟିଭ ଆସିବାରୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୁପକ୍ଷ ସେଠାରେ ପହଞ୍ଚି ସୁଲଣ ପଞ୍ଚାୟତର ସରପଞ୍ଚ, ନୋଡାଲ ଅଫିସର ଓ ଆଶାକର୍ମୀଙ୍କ ଉପସ୍ଥିତିରୋ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ