ଏମାର ମଠରୁ ମିଳିଲା ୪୭ ଖଣ୍ଡ ରୂପା ଇଟା ଓ ୨୦ ଖଣ୍ଡା

ଦାୟୀତ୍ୱ ନେଲେ ମହନ୍ତ ରାମାନୁଜ ଦାସ

ପୁରୀ, (ୱାଇଏନ୍‌ଏସ୍‌): ପୁରୀ ଏମାର ମଠରୁ ମିଳିଲା ୪୭ ଖଣ୍ଡ ରୂପା ଇଟା । ଏମାର ମଠର ୪ ନଂ କୋଠରୀରୁ ଏହି ୪୭ ଖଣ୍ଡ ରୂପା ଇଟାକୁ ଉଦ୍ଧାର କରାଯାଇଛି । ପ୍ରଥମେ ୮ ଖଣ୍ଡ, ପରେ ୩୭ ଖଣ୍ଡ ଓ ଶେଷରେ ଦୁଇ ଖଣ୍ଡ ରୂପା ଇଟା ମିଳିଛି । ସୂଚନା ଅନୁଯାୟୀ, ଗତକାଲି ଠାରୁ ମଠରେ ରହିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତି ତାଲିକା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ଦେବୋତର ବିଭାଗ ଇନ୍ସପେକ୍ଟର, ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଏସବୁର ତାଲିକା ପ୍ରସ୍ତୁତି ଚାଲିଛି । ଗତକାଲି ୫ କେଜିରୁ ୭ କେଜି ଓଜନର ରୂପାର ତାରକସି କାମ ହୋଇଥିବା ଗଛଲତା, ରୂପା ଅଳଙ୍କାର ଓ ୨୦ ଟି ଖଣ୍ଡା ମିଳିଥିଲା । ସିନ୍ଧୁକର ତାଲା ଭଙ୍ଗାଯିବା ପରେ ଏସବୁ ଅଳଙ୍କାର ଓ ଅସ୍ତ୍ରଶସ୍ତ୍ର ମିଳିଥିଲା । ଆଜି ମଧ୍ୟ ଅନ୍ୟ କୋଠରୀ ଗୁଡିକରେ ରହିଥିବା ସରଞ୍ଜାମ ଗୁଡିକର ତାଲିକା ପ୍ରସ୍ତୁତ କରାଯାଉଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ଫୋର୍ସ ମୂତୟନ ରହିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୦ ରେ ଏମାର ମଠରୁ ୪୭ ଖଣ୍ଡ ରୂପା ଇଟା ଉଦ୍ଧାର ସହ ପୂର୍ବତନ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଏହାର ଜିମା ଦିଆଯାଇଥିଲା । ପୁରୀ ଏମାର ମଠ ଦାୟୀତ୍ୱ ନେଇଛନ୍ତି ନୂଆ ମହନ୍ତ ନାରାୟଣ ରାମାନୁଜ ଦାସ । ପୂର୍ବତନ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏହି ଦାୟୀତ୍ୱ ହସ୍ତାନ୍ତର ନକରିବାକୁ ନେଇ ବିବାଦ ରହିଥିଲା । ତେବେ ପୋଲିସ ଉପସ୍ଥିତିରେ ଦାୟୀତ୍ୱ ଗ୍ରହଣ କରିଛନ୍ତି ନୂଆ ମହନ୍ତ । ଏଥି ସହିତ ମଠରେ ରହିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତି ତାଲିକା ପ୍ରସ୍ତୁତ କରାଯାଉଛି । ଦୋବୋତର ବିଭାଗ ଇନ୍ସପେକ୍ଟର, ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଏସବୁର ତାଲିକା ପ୍ରସ୍ତୁତି ଚାଲିଛି । ଗତକାଲି ୫ କେଜିରୁ ୭ କେଜି ଓଜନର ରୂପାର ତାରକସି କାମ ହୋଇଥିବା ଗଛଲତା, ରୂପା ଅଳଙ୍କାର ଓ ୨୦ ଟି ଖଣ୍ଡା ମିଳିଛି । ସିନ୍ଧୁକର ତାଲା ଭଙ୍ଗାଯିବା ପରେ ଏସବୁ ଅଳଙ୍କାର ଓ ଅସ୍ତ୍ର ମିଳିଛି । ଆଜି ମଧ୍ୟ ଅନ୍ୟ କୋଠରୀ ଗୁଡିକରେ ରହିଥିବା ସରଞ୍ଜାମ ଗୁଡିକର ତାଲିକା ପ୍ରସ୍ତୁତ କରାଯାଉଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ଫୋର୍ସ ମୂତୟନ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ