ପୁରୁଷ ବନ୍ଧ୍ୟାକରଣ ପାଇଁ ବୁଲିଲା ସଚେତନତା ରଥ

ନାଉଗାଁ,(ଓ୍ବାଇଏନ୍ଏସ୍): ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ପୁରୁଷ ବନ୍ଧ୍ୟାକରଣ ପାଇଁ ଏକ ସଚେତନତା ରଥ ବାହାରିଥିଲା । ଏହି ରଥକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନସ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ବ୍ଳକର ୧୬ଟି ପଂଚାୟତର ବିଭିନ୍ନ ଗ୍ରାମରେ ଏହି ରଥ ଏକ ସପ୍ତାହ ବ୍ୟାପୀ ବୁଲିବା ସହିତ ପୁରୁଷ ବନ୍ଧ୍ୟାକରଣ ପାଇଁ ସଚେତନତା ବାର୍ତା ପହଂଚାଇବ । ସାଧାରଣତଃ ପୁରୁଷ ବନ୍ଧ୍ୟାକରଣ ପାଇଁ ପୁରୁଷମାନେ ଆଗ୍ରହ ପ୍ରକାଶ କରୁ ନଥିବା ବେଳେ ସର୍ବଦା ବନ୍ଧ୍ୟାକରଣର ବିଭିନ୍ନ ପଦ୍ଧତି ନାରୀ ମାନେ ଆପଣେଇଥାନ୍ତି । ପୁରୁଷ ବନ୍ଧ୍ୟାକରଣ ସହଜ ଓ ସୁବିଧାରେ ହୋଇଥିବା ବେଳେ ଏହି ପଦ୍ଧତିକୁ ପୁରୁଷ ମାନେ ଆପଣାଇବା ପାଇଁ ସଚେତନତା କରାଇବା ଉକ୍ତ ରଥର ଲକ୍ଷ୍ୟ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି ସୂଚନା ଦେଇଛନ୍ତି । ଆଗ୍ରହୀ ପୁରୁଷମାନେ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଆଶାକର୍ମୀଙ୍କ ସହ ଯୋଗାଯୋଗ କରି ପାରିବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ