ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧିନ ୫୩ନଂ.ରାଜ୍ୟ ରାଜପଥର ପ୍ରଧାନ ପୋଖରୀ ରାସ୍ତା ଠାରୁ ବୃନ୍ଦାବନପୁର ଗ୍ରାମକୁ ଯାଇଥିବା ୨ କିମି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହିବା ଫଳରେ ଯାତାୟତରେ ସୃଷ୍ଟି ହୋଇଛି । ଏହି ରାସ୍ତା ଉପରେ ଘଡେଇ ସାହି, ପ୍ରଧାନସାହି, ଖର୍ଦ୍ଦା ସାହି, ବୃନ୍ଦାବନପୁର ୨ନଂ.ୱାର୍ଡର ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଲୋକ ନିର୍ଭର କରି ଚଳିଥାନ୍ତି । ପ୍ରାୟ ୧୦ ବର୍ଷ ହେବ ଏହି ରାସ୍ତା ଆଦୌ ମରାମତି ହୋଇ ନାହିଁ । ଫଳରେ ସାଧାରଣ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯିବା କଷ୍ଟକର ହୋଇପଡୁଛି । ସେହିପରି ଉପରୋକ୍ତ ଗ୍ରାମ ଗୁଡିକରେ ଥିବା ଅଙ୍ଗନୱାଡି କେନ୍ଦ୍ର ଓ ବୃନ୍ଦାବନପୁର ପ୍ରାଥମିକ ବିଦ୍ୟାଳୟକୁ ପିଲା ମାନେ ଯାତାୟତ କରିପାରୁନାହାନ୍ତି । ଉକ୍ତ ରାସ୍ତାର ମରାମତି ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କେହି କର୍ଣ୍ଣପାତ କରୁନାହାନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ