ପୂର୍ବତନ ଅଧ୍ୟକ୍ଷଙ୍କ ଦ୍ବାରା କମ୍ବଳ ବଣ୍ଟନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ୨ନଂ ଓ୍ବାର୍ଡ ଶଙ୍ଖସାହିର ଗରୀବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପୂର୍ବତନ ଅଧ୍ୟକ୍ଷ ପି.ସଞ୍ଜିବ କୁମାର ପାତ୍ର କମ୍ବଳ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଓ୍ବାର୍ଡ ସଭ୍ୟ ଅନୀଲ କୁମାର ଦଳବେହେରା, କର୍ମୀ ବୁଲୁ ତ୍ରିପାଠୀ, ସିମାଞ୍ଚଳ ପଣ୍ଡା, ସଞ୍ଜୟ ମହାନ୍ତି, ଶଙ୍କର ସେଠୀ, କାହ୍ନୁ ନାୟକ, ବୁଲୁ ନାୟକ ପ୍ରମୁଖଙ୍କ ସହଯୋଗରେ ଶ୍ରୀ ପାତ୍ର ୩୦ ଖଣ୍ଡ କମ୍ବଳ ବଣ୍ଟନ କରିଥିଲେ ।


