ପୂର୍ବତନ ପୌରାଧ୍ୟକ୍ଷ କୁନା ଦାସଙ୍କ ଶ୍ରାଦ୍ଧ ବାର୍ଷିକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଭୂତପୂର୍ବ ପୌରାଧ୍ୟକ୍ଷ ଅନୁପ ଦାସ (କୁନାଦାସ) ଙ୍କ ୧୧ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ପାଳିତ ହୋଇଯାଇଛି । କୁନା ଦାସ ସ୍ମୃତିକମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, କାଉନସିଲର ମୀନା ମହାନ୍ତି ଓ ସଂଧ୍ୟାରାଣୀ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ବିଜେଡି ଯୁବନେତା ଧୀରେନ ନାୟକଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ଫକୀର ମୋହନ ଗୋଲେଇ ସ୍ଥିତ ସ୍ୱର୍ଗତ କୁନା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବାଲେଶ୍ୱର ସହର ବିକାଶରେ ତାଙ୍କର ଅବଦାନକୁ ମନେ ପକାଇବା ସହିତ ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସହରର ରିକ୍ସା ଚାଳକଙ୍କୁ ଛତା ଓ ଥଣ୍ଡା ପାନୀୟ ପ୍ରଦାନ କରାଯାଇଥିଲା । ଅନୁରୂପ ଭାବେ ରମାରାଣୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପରିସରରେ ଥିବା କୁନାଦାସଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।


