ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହର ତଥା ଗଜପତି ଜିଲ୍ଲା ସମେତ ଦକ୍ଷିଣ ଓଡିଶାର ଲୋକପ୍ରିୟ ରାଜନେତା ତଥା ପାରଳା ନିର୍ବାଚନ ମଣ୍ଡଳିରୁ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଆଜି ୧୦ମ ଶ୍ରାଦ୍ଧ ଦିବସକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳନ କରାଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଲୟଠାରେ ସ୍ୱର୍ଗତ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ଭୁଷଣ ପାତ୍ର,ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା,କଂଗ୍ରେସ ନେତା ମନୋଜ ସାହୁ,ହରିକୃଣ୍ଣ ପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ସମାଜ ସେବା,ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ସମାଜର ସେବା କରନ୍ତୁ ବୋଲି ଆହ୍ୱାନ କରିଥିଲେ । ସେହିପରି ପାରଳା ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୁର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ୧୦ମ ବାର୍ଷିକ ଶ୍ରାଦ୍ଧଦିବସ ଉପଲକ୍ଷେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ରୀନା ସାହୁ,ବରିଷ୍ଠ ଅଧ୍ୟାପିକା ଭାରତୀ ପାଣିଗ୍ରାହୀ,ଜୟନ୍ତି ରଥ,କଲ୍ୟାଣୀ ମିଶ୍ର,ସୌଦାମିନୀ ପଣ୍ଡା,ସିଏଚ୍.ନିର୍ମଳା ପ୍ରମୁଖ ଅଧ୍ୟାପିକାଙ୍କ ସମେତ ଅନେକ ଛାତ୍ରୀ ଆୟୋଜିତ ସ୍ମୃତି ସଭାରେ ସ୍ୱର୍ଗତ ତ୍ରିନୀଥ ସାହୁଙ୍କ ଦ୍ୱାରା ୧୯୮୩ ମସିହାରେ କିପରି ଭାବେ ପାରଳାଖେମୁଣ୍ଡି ଠାରେ ମହିଳା ମହାବିଦ୍ୟାଳୟ ସ୍ଥାପନ କରାଗଲା ଏବଂ ନାରୀ ସିକ୍ଷାର ବିକାଶ ପାଇଁ ସ୍ୱର୍ଗତ ସାହୁଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରାଯିବା ସହ ସ୍ୱର୍ଗତ ସାହୁ ଜଣେ ପରଉପକାରୀ ଜନନାୟକ,ରାଜନେତା,କଳା ଓ ସଂସ୍କୃତି ପ୍ରେମୀ ଥିଲେ ବୋଲି ମତ ପ୍ରକାଶ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ