ପୂର୍ବତନ ବିଶ୍ୱସୁନ୍ଦରୀଙ୍କ ଅଧୁରା ସ୍ୱପ୍ନ, ଫଟୋ ଶେୟାର କରି ଲେଖିଲେ ଏମିତି

ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି । ସୁସ୍ମିତା ବୟଫ୍ରେଣ୍ଡ୍ ଏବଂ ପାଳିତା କନ୍ୟାଙ୍କ ସହିତ ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଅଧୁରା ରହିଯାଇଥିବା ଏକ ଇଚ୍ଛା ବା ସ୍ୱପ୍ନ ବିଷୟରେ ଫ୍ୟାନମାନଙ୍କୁ ଜଣାଇଛନ୍ତି ।
ଏକ କଳାଧଳା ଫଟୋ ଶେୟାର କରି ଲେଖିଛନ୍ତି, “କାଶ୍ ତୁମେ ମୋର ଯାଆଁଳା, କିନ୍ତୁ ତୁମେ ବର୍ତ୍ତମାନ ଫାତିମା ଖଲିଦ୍ । ମୋ ପାଇଁ ଏକ ପରୀ ସଦୃଶ । ମୁଁ ବହୁତ ସୌଭାଗ୍ୟବତୀ କି, ତୁମ ପରି ଜଣେ ଭଉଣୀ ପାଇଛି । ଏକ ସମୟରେ ଦୁଇଜଣ ସାଥୀ ହୋଇ ଦୁନିଆକୁ ଆସିବା ବହୁତ ଖୁସି କଥା । ସୁସ୍ମିତା ବହୁବାର ଫାତିମାଙ୍କ ସହିତ ଫଟୋରେ ନଜର ଆସିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ