ସାରାରାତି ଜୁଇ ନିକଟରେ ନାଚନ୍ତି ରୂପଜୀବୀ
ସାଧାରଣତଃ ଶୋକାକୂଳ ପରିବେଶରେ ମୃତ ବ୍ୟକ୍ତିଙ୍କର ଶବ ସକ୍ରାର କରାଯାଇଥାଏ । ହେଲେ କାଶୀରେ ଥିବା ଏକ ସ୍ଥାନ ଶ୍ମଶାନରେ ଜୁଇ ନିକଟରେ ସାରାରାତି ରୂପଜୀବୀଙ୍କ ଘୁଙ୍ଗୁର ଶବ୍ଦ ଶୁଭିବା ସହଉଚ୍ଚ ସ୍ୱରରେ ରେକର୍ଡ ଗୀତ ମଧ୍ୟ ବାଜିଥାଏ । କାଶୀର ପ୍ରସିଦ୍ଧ ମଣିକର୍ନିକା ଘାଟରେ ଚିତାଗ୍ନି କେବେ ଲିଭିନଥାଏ । କୁହାଯାଏ ଏଠାରେ ସଂସ୍କାର କରାଯାଉଥିବା ମୃତବ୍ୟକ୍ତିଙ୍କର ସିଧା ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ବର୍ଷର ଗୋଟିଏ ଦିନ ଏଠାରେ ଜୁଇ ଜଳୁଥିବା ବେଳେ ନାଚଗୀତ ମାହୋଲ ଜମିଥାଏ । ଚୈତ୍ର ନବରାତ୍ରୀ ଅଷ୍ଟମୀ ଦିନ ମଣକର୍ନିକା ଘାଟରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ । କେବଳ ରୂପଜୀବୀମାନେ ହିଁ ଏଠାରେ ନୃତ୍ୟ କରିଥାଆନ୍ତି । ଏଥିପାଇଁ ନାଁ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ ନା ସେମାନଙ୍କୁ ଜୋରଜବରଦସ୍ତ ଏଠାରେ ନାଚିବାକୁ ବାଧ୍ୟ କରାଯାଇଥାଏ । ବରଂ ସେମାନେ ସ୍ୱତଃପ୍ରବୃତ୍ତ ଭାବେ ଏଠାରେ ନାଚିବାକୁ ଆସିଥାଆନ୍ତି । ଏଠାରେ ରାତି ସାରା ମନଭରି ନାଚିଲେ କୁଆଡେ ପରଜନ୍ମରେ ରୂପଜୀବୀଙ୍କର କଳଙ୍କ ଏମାନଙ୍କଠାରେ ଲାଗି ନଥାଏ ବୋଲି ବିଶ୍ୱାସ ରହିଛି । ତେବେ ଶ୍ମଶାନ ନିକଟରେ ଥିବା ଶିବ ମନ୍ଦିରରେ ସହରର ବିଭିନ୍ନ ସ୍ଥାନରୁ ଆସୁଥିବା ରୂପଜୀବୀମାନେ ମଧ୍ୟ ଏକାଠି ହୋଇଥାଆନ୍ତି । ଚୈତ୍ର ନବରାତ୍ରୀ ଅଷ୍ଟମୀ ଦିନ ମଧ୍ୟ ଉକ୍ତ ଶିବ ମନ୍ଦିରରେ ଶିବଙ୍କ ସାମ୍ନାରେ ନୃତ୍ୟ କରି ପରଜନ୍ମରେ ଏମାନେ ରୂପଜୀବୀ ହୋଇନଥାନ୍ତି ବୋଲି ବିଶ୍ୱାସ ରହିଛି । ଅବଶ୍ୟ ଏଠାକୁ ଆସିଥିବା ରୂପଜୀବୀମାନେ ନିଜକୁ ଭାଗ୍ୟବାନ ମନେ କରିଥାନ୍ତି ବୋଲି ସେମାନେ କୁହନ୍ତି ।


