ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଅରାପାଜୁ ଗ୍ରାମ ପଞ୍ଚାୟତ ଭାଲିଆପଡ଼ା ଗ୍ରାମର ନରସିଂହ ଜାନୀ(୬୮) ନାମକ ଜଣେବ୍ୟକ୍ତି ଶନିବାର ଦିନ ପ୍ରାୟ ୧୧ଟା ବେଳେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବା ଫଳରେ ସେ ବୁଡ଼ି ଯାଇଥିଲେ। ବୁଡ଼ିଯିବା ସମୟରେ ପୋଖରୀରି ଅନ୍ୟ ପାଶ୍ୱର୍ରେ ଥିବା କିଛି ଯୁବକ ଦେଖି ପହଁରୁଥିବା ଭାବିଥିଲେ। କିନ୍ତୁ କିଛି ସମୟ ଧରି ବ୍ୟକ୍ତିଜଣକ ଦେଖାନଯିବାରୁ ୨ ଜଣ ଯୁବକ ନବଘନ ଦିଗାଲ ଓ ଉମେଶ ଦିଗାଲ ଦୌଡ଼ି ଆସି ଉକ୍ତ ବ୍ୟକ୍ତକିୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ଅନ୍ୟ ଯୁବକମାନେ ଏ ସଂପର୍କରେ ଖଜୁରିପଡ଼ା ଦମକଳ ବାହିନିକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟା ଧରି ପାଣି ଭିତରେ ଖୋଜିବା ପରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ଖଜୁରିପଡ଼ା ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ କେସ ନଂ ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି ଏବଂ ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ତଦନ୍ତ ଅଧିକାରୀ ବିକାଶ କୁମାର ମଲିକ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ