ପୋଖରୀ ପାଣିରେ ବୁଡି ୬ ବର୍ଷର ବାଳକ ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏପ୍ରିଲ ୪ ତାରିଖ ମଧ୍ୟାହ୍ନ ସମୟରେ ବାଲିଛାଇ ଗ୍ରାମର ନାରାୟଣ ସାହୁଙ୍କ ପୁଅ ରାଜା ସାହୁ (୬) ବାରି ପଟେ ଖେଳୁଥିଲେ। ପରିବାରର ଲୋକମାନେ କିଛି ସମୟ ପରେ ରାଜାକୁ ବାରିପଟରେ ଦେଖିନଥିଲେ। ଖୋଜାଖୋଜି କଲାବେଳେ ରାଜା ବାରିପଟ ପୋଖରୀ ରେ ଭାସୁଥିବା ଦେଖିଥିଲେ। ରାଜାକୁ ପୋଖରୀରୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ପରୀକ୍ଷା କରି ରାଜା ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ରାଜା ପୋଖରୀରେ ବୁଡି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ