ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ଭୂମିପୂଜନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପୋଡାପାଟଣା ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବରିଷ୍ଠ ନାଗରିକ ରବିନ୍ଦ୍ର ଦାସ, ଅଧ୍ୟାପକ ପ୍ରଶାନ୍ତ ବେହେରା, ରମେଶ ଜେନା, ରବିନ୍ଦ୍ର ଓଝା, ୱାର୍ଡ ସଭ୍ୟ ଶ୍ୟାମ ସୁନ୍ଦର ଦାସ, କାମିନୀ ଜେନା, ବାବାଜି ଚରଣ ଜେନା, ବିନୋଦ ସାହୁ, ଶ୍ୟାମ ସୁନ୍ଦର ଦାସ, ବୁଲୁ ବେହେରା, ଚନ୍ଦ୍ରମଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


