ପୋଲସରା ବିଧାୟକ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର କରା ଯାଉଥିବା ସମ୍ପର୍କରେ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନାରେ ଏତଲା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ ଏତଲା ରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ୧୩ ତାରିଖ ଦିନ ସକାଳ ୮.୩୦ ସମୟରେ ସେ ପୋଲସରା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ମୋବାଇଲରେ ଦେଖିବାକୁ ପାଇଲେ ଯେ ବିକାଶ ବେହେରା ନାମକ ଜଣେ ବ୍ୟକ୍ତି ସଂଯୁକ୍ତା ମହାଲଙ୍କ ଫେସବୁକରେ ଚାଟ କରି ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅଙ୍କୁ ହତ୍ୟା କରିବା ପାଇଁ ତାଙ୍କର ସହାୟତା ଲୋଡିଛନ୍ତି। ବିଧାୟକଙ୍କ ଝିଅ ଭୁବନେଶ୍ବର ସମ ହସ୍ପିଟାଲ ଓ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢୁଥିବା ବେଳେ ଝିଅକୁ ମଧ୍ୟ ହତ୍ୟା କରିବା ପାଇଁ ଲେଖାଥିବା ଏତଲା ରେ ଅଭିଯୋଗ କରିଛନ୍ତି। କିଛିମାସ ପୂର୍ବେ ବିଜୁ ଜନତା ଦଳର ମହିଳା ନେତ୍ରୀ ସଂଯୁକ୍ତା ମହାଲ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତଙ୍କ ବିରୁଦ୍ଧରେରେ ଭୁବନେଶ୍ଵର ମହିଳା ଥାନାରେରେ ଅଭିଯୋଗ କରିଥିଲେ। ତେବେ ମହିଳା ଥାନାରେ ସେ ଉପଯୁକ୍ତ ନ୍ୟାୟ ପାଇନଥିବା ଅଭିଯୋଗ କରି ସଂଯୁକ୍ତା ମହାଲ ବର୍ତ୍ତମାନ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ସଂଯୁକ୍ତା ମହାଲଙ୍କ ଅପିଲକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏତଲା ପାଇବା ପରେ ପୋଲସରା ଥାନା କେଶ ନଂ ୫୫୪/୨୩ ପ୍ରକାରେ ଏକ ମୋକଦ୍ଦମା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରାଯାଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ