ପୋଲସରା ବ୍ଲକରେ ନିଯୁକ୍ତି ମେଳା

ପୋଲସରା (ଅନିଲ ମହାରଣା): ପୋଲସରା ବ୍ଳକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମ ପଞ୍ଚାୟତ ରେ ନିଯୁକ୍ତି ମେଳା ମାର୍ଚ୍ଚ ୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାକୁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଉଦଘାଟନ କରିଥିଲେ। ଏହି ମେଳାରେ ୬୯ ଜଣ ବେକାର ଯୁବକ ଯୁବତୀ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨ ଜଣ ତାଲିମ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଲିମ ଶେଷ ହେବା ପରେ ସମ୍ପୃକ୍ତ ୬୨ ଜଣ ନିଯୁକ୍ତି ପାଇବେ ବୋଲି ଜଣାପଡିଛି। ଏହି ନିଯୁକ୍ତି ମେଳାରେ ବ୍ଳକ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ସାହୁ, ଗ୍ରାମ ପଞ୍ଚାୟତ ଅଧିକାରୀ ଗୋପବନ୍ଧୁ ବେହେରା, ସରପଞ୍ଚ କସ୍ତୁରୀ କରଣ, ସମିତି ସଭ୍ୟା ସୁନତି ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ନାୟକ, ବସନ୍ତ କରଣ, ଜୟଚନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇଥିଲେ। ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ , ଗ୍ରାମ ତରଙ୍ଗ ଓ ଜେଆରଜି ଏଜୁକେସନ ଟ୍ରଷ୍ଟ ନିଯୁକ୍ତି ମେଳାର ଆୟୋଜନ ଓ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ