ପୋଲସରା ବ୍ଳକରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୪୬ ହଜାର ୨୧୦ ଟଙ୍କା ସହାୟତା

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ଜିଲ୍ଲାପରିଷଦ ସଦସ୍ୟ ଓ ସଦ୍ୟସ୍ୟା ଙ୍କ ସମେତ କେତକ ବଦାନ୍ୟ ବ୍ୟକ୍ତି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨,୪୬,୨୧୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।ପୋଲସରା ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ରାଜର ଲୋକ ପ୍ରତିନିଧି ବୃନ୍ଦ ୧ ଲକ୍ଷ ୨୪ ହଜାର ୧ ଶହ ଟଙ୍କା ପ୍ରଦାନ କରିଥିବା ବେଳେ ପ୍ରମୋଦ ବାବୁ ୫୧ ହଜାର ଟଙ୍କା, ଗାୟତ୍ରୀ ପରିବାର ପକ୍ଷରୁ ଶିବରାମ ସାହୁ ୫ ହଜାର ଟଙ୍କା, ରାହୁଲ ବିଷୋୟୀ ୫ ହଜାର ଟଙ୍କା, ଓ ମଥୁରା ସରପଞ୍ଚ ପ୍ରଦୀପ କୁମାର ନାୟକ ୬୧ ହଜାର ୧୧୦ ଟଙ୍କା ପ୍ରଦାନ କରିଥିଲେ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟାଙ୍କ ସମେତ ଅଶୋକ କୁମାର ବିଷୋୟୀ, ବସନ୍ତ କରଣ, ବସନ୍ତ ଜେନା, ପବିତ୍ର ରାଉତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ