ପୋଲିସ କୁ ବାନ୍ଧିଲା ପୋଲିସ, ବିବାହିତା କନଷ୍ଟେବଳଙ୍କ ସହ ପ୍ରେମ-ପ୍ରତାରଣା ପୁଣି ବ୍ଲାକମେଲିଂ ଏବେ ପୋଲିସ୍ କବଜାରେ ରସିକିଆ ପୋଲିସ୍ ଅଧିକାରୀ

କଳାହାଣ୍ଡି ,(ଓ୍ବାଇଏନ୍ଏସ୍):ପୋଲିସ୍ କବଜାରେ ରସିକିଆ ପୋଲିସ୍ ଅଧିକାରୀ । ପୋଲିସ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ଓ ପ୍ରତାରଣା ସହ ବ୍ଲାକମେଲିଂ କରିବା ଭଳି ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାଲକାନଗିରି ସଦର ଥାନା ଡିଏସ୍‌ପି ଅକ୍ଷୟ ନାୟକଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆସିଛି । କଳାହାଣ୍ଡି ପୋଲିସ ତାଙ୍କୁ ଅଟକ ରଖିଛି ।ମିଳିଥିବା ସୂଚନା ମୁତାବକ, ଜଣେ ବିବାହିତା ମହିଳା କନଷ୍ଟେବଳ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ମହିଳା କନଷ୍ଟେବଳ ଜଣଙ୍କ କେସିଙ୍ଗା ଥାନାରେ କାର୍ଯ୍ୟରତ ଅଛନ୍ତି । ଅଟକ ଡିଏସ୍‌ପି ଅକ୍ଷୟ ନାୟକ ୧୦ ବର୍ଷ ତଳେ କେସିଙ୍ଗାରେ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିବା କୁହାଯାଉଛି । ସେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ ବୋଲି ମହିଳା କନେଷ୍ଟବଳ ଜଣଙ୍କ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ