ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଟାଙ୍ଗୀ ଥାନା ଅନ୍ତର୍ଗତ ବନିକା ପୋଲ ତଳେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ। ପୋଲିସ ସୂତ୍ରରୁ ପ୍ରକଶ ଯେ ଦୁଇ ଜଣ ପାଗଳ ବ୍ୟକ୍ତି ପୋଲ ତଳେ ରହୁ ଥିବାର ସ୍ଥାନୀୟ ଲୋକ ମାନେ ଦେଖିଥିଲେ । କିନ୍ତୁ ୪-୫ ଦିନ ହେବ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପାଗଳ ବ୍ୟକ୍ତି ନିଖୋଜ ଥିଲେ । ପୋଲ ତଳୁ ଦୁର୍ଗନ୍ଧ ବାହାରୁଥିବା ର ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଜଣେଇଥିଲେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡ଼ିକାଲ କୁ ପଠାଇଛନ୍ତି । ମୃତ୍ୟୁ ର କାରଣ ଜଣାପଡି ନଥିବା ବେଳେ ମୃତବ୍ୟକ୍ତି ଙ୍କ ପରିଚୟ ଜଣାପଡି ନାହିଁ । ସ୍ଥାନୀୟ ଲୋକେ ଦୁଇ ଜଣ ପାଗଳ ଙ୍କ ମଧ୍ୟରୁ ଜଣେ ପାଗଳ ଙ୍କ ମୃତ ଦେହ ବୋଲି କହୁଛନ୍ତି ।


