ପୋଲ ତଳ ନାଳରେ ବୁଡି ଭାସୁଥିବା ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ କଣ୍ଟାଶିମିଳା ଗ୍ରାମ ନିକଟସ୍ଥ ଏକ ନାଳରେ ଜଣେ ଯୁବକ ସହ ବୁଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସାଇକେଲ ସହ ମୃତ ଦେହ ମଧ୍ୟ ନାଳରେ ପଡ଼ି ରହିଥିଲା । ଖବର ପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲକୁ ପଠାଇଥିବା ଜଣାପଡିଛି । ଅଜଣା ବ୍ୟକ୍ତିର ମୃତ୍ୟୁର କାରଣ ଅସ୍ପଷ୍ଟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।


