ପୌରାଂଚଳରେ ସମୁହ ସ୍କ୍ରିନିଂ ଓ ୨ ପଂଚାୟତରେ ସ୍ୱାବ ଟେଷ୍ଟ କାର୍ଯ୍ୟକ୍ରମର ସମୀକ୍ଷା କଲେ:ଉପଜିଲ୍ଲାପାଳ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଲୋକଙ୍କ ମନରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ପୂର୍ବାପେକ୍ଷା ରାଜ୍ୟରେ ସୁସ୍ଥ ହାର ବୃଦ୍ଧି ପାଉଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସ୍ଥାନୀୟ ଅଂଚଳରେ କରୋନାକୁ ପ୍ରତିହିତ କରିବା ସକାଶେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୁକାବିଲା ଲାଗି ଉଦ୍ୟମ ଜାରି ରହିଛି । ବହୁ ସମୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଓ ସ୍ୱତନ୍ତ୍ର ଏଡ଼ିଏମଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ହିଞ୍ଜିଳି ଗ୍ରସ୍ତରେ ଆସି କରୋନାର ସମୀକ୍ଷା କରି ଫେରିଛନ୍ତି । ତେବେ କିଛି ଅମାନିଆ ସଙ୍ଗରୋଧ କେନ୍ଦ୍ରରୁ ଫେରି ଅବଶିଷ୍ଟ ୭ ଦିନ ହୋମ କ୍ୱରୋଂଟାଇନରେ ନରହି ବାହାରେ ବୁଲାବୁଲି କରୁଥିବାରୁ ବିଭିନ୍ନ ବ୍ୟକ୍ତିଙ୍କ ସଂପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାକୁ ମାତ୍ ଦେବା ଲକ୍ଷ୍ୟରେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳି ଗ୍ରସ୍ତରେ ଆସି ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସହ ହିଞ୍ଜିଳି ବ୍ଳକରେ କରୋନାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ପୌରାଂଚଳର ସମୂହ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକ୍ରମର ତଦାରଖ ଓ ସମୀକ୍ଷା କରିବା ସହ ସ୍ଥାନୀୟ ବ୍ଳକ ଦାରୁଭଦ୍ରା ପଂଚାୟତ ନିମିଗାଁ ଓ ଶାସନ ଆମ୍ବଗାଁ ପଂଚାୟତର ବାଦିଆମ୍ବଗାଁରେ ସ୍ୱାବ ଟେଷ୍ଟ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଖବର ଲେଖା ହେବା ସୁଦ୍ଧା ୨ ପଂଚାୟତରେ ୧୦୦ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି । ସଂପୃକ୍ତ ପଂଚାୟତର କୋଭିଡ଼ ମନିଟରିଂ କମିଟି, ଜନ ପ୍ରତିନିଧି, ଆଶ, ଅଙ୍ଗନୱାଡ଼ି ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହ କରୋନା ସ୍ଥିତି ଓ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ନେଇ ଉପ ଜିଲ୍ଲାପାଳ ପୃଷ୍ଟି ଆଲୋଚନା କରିଥିଲେ । ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରିବା ସକାଶେ ପରାମର୍ଶ ଦେବା ସହ କୋଭିଡ଼ କଟକଣାକୁ ଅବମାନନା କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନର ଫଟୋ ଉତୋଳନ କରି ବିଡ଼ିଓ କିମ୍ବା ଥାନା ଅଧିକାରୀଙ୍କ ନିକଟକୁ ପ୍ରେରଣ କରିବା ସକାଶେ ପରାମର୍ଶ ଦେଇଥିଲେ । ଆବଶ୍ୟକ ନଥାଇ ବାହାରକୁ ନବାହାରିବାକୁ ପରାମର୍ଶ ଦେବା ସହ କରୋନା ଲକ୍ଷଣ ଦେଖାଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପୃଥକବାସ, କୋଭିଡ଼ କେୟାର ହୋମ କିମ୍ବା ଅତ୍ୟାବଶ୍ୟକ ଥିଲେ କୋଭିଡ଼ ହସପିଟାଲରେ ଚିକିତ୍ସିତ ହୋବକୁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ନରସିଂହ ବେହେରା, ଏ. ଯମୁନା, ସସ୍ମିତା ରାଉଳ, ପାର୍ବତୀ ମହାନ୍ତି, ରାଜକିଶୋର ମାହାନ୍ତି, ପିଇଓ ଅଶ୍ମିନି କୁମାର ସାହୁ, ପ୍ରମୋଦ କୁମାର ମାହାନ୍ତିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି, କୋଭିଡ଼ ମନିଟରିଂ କମିଟି, ଅଙ୍ଗନୱାଡ଼ି, ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ