ପୌରାଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କିତ ସଚେତନତା

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ଼ ବ୍ୟବହାର ଓ ଏହାର ଉପାଦେୟତା ସମ୍ପର୍କରେ ଏବେ ସବୁଠି ଚାଲିଛି ସଚେତନତା ।ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରାଞ୍ଚଳ ୧୨ ନଂ ୱାର୍ଡ଼ରେ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ଓ ଜନ ସଚେତନତା କାର୍ଯ୍ୟକ୍ରମ ୭ ତାରିଖ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ଜିଲା ସମ୍ପାଦିକା ମୀନତି ସେଠୀଙ୍କ ନେତୃତ୍ୱରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୧୨ନଂ ୱାର୍ଡ଼ର ୧୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘର କର୍ମକର୍ତ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ସମସ୍ତେ ଏକ ଶୋଭାଯାତ୍ରାରେ ୱାର୍ଡ଼ର ଘର ଘର ବୁଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପାଦେୟତା ଓ ସ୍ମାର୍ଟ କାର୍ଡ଼ର ବ୍ୟବହାର ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ‘ଚିକିତ୍ସା ଅଭାବରୁ ରାଜ୍ୟରେ କାହାର ମୃତ୍ୟୁ ନ ହେଉ’ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟକୁ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଙ୍ଘର ସଭାପତି ଝୁନୁରାଣୀ ବାରିକ ଓ ସମ୍ପାଦିକା ସସ୍ମିତା ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ