କ୍ଷେପଣାସ୍ତ୍ର ‘ପ୍ରହାର’ର ସଫଳ ପରୀକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଯାଇଛି । ମଙ୍ଗଳବାର ଅପରାହ୍ଣ ୩ଟା ୯ ମିନିଟ ସମୟରେ ଏହାକୁ ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ୩ ନଂ ଲଞ୍ଚ କମ୍ପେ୍ଲକ୍ସରୁ ଉତକ୍ଷେପଣ କରାଯାଇଥିଲା । ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରର ଲମ୍ବ୭.୩୨ ମିଟର ଏବଂ ଓଜନ ୧୨୮୦କିଲୋଗ୍ରାମ ଅଟେ । ଶବ୍ଦଠାରୁ ୩ଗୁଣରୁ ଅଧିକ ଅର୍ଥାତ ୨୫୦ ସେକେଣ୍ଡରେ ଲକ୍ଷ୍ୟ ଭେଦ କରିଥାଏ ‘ପ୍ରହାର’ । ୨ଶହରୁ ୫ଶହ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଅଛି ଏହି କ୍ଷେପଣାସ୍ତ୍ରର । ୨୦୧୧ ମସିହା ଜୁଲାଇ ୨୧ ତାରିଖରେ ‘ପ୍ରହାର’ର ପ୍ରଥମ ପରୀକ୍ଷଣ ହୋଇଥିଲା । ତେବେ ଆଜିର ପରୀକ୍ଷା ପାଇଁ ଏଞ୍ଚ କମ୍ପେ୍ଲକ୍ସର ଅଢ଼େଇ କିମି ବ୍ୟାସାର୍ଦ୍ଧରେ ଥିବା ଗ୍ରାମଗୁଡ଼ିକରୁ ୫ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ