ପ୍ରକଳ୍ପ ଶିଳାନ୍ୟାସକୁ ୨ବର୍ଷ ପୁରିବାକୁ ବସିଲାଣି କାର୍ଯ୍ୟକ୍ଷମ ହୋଇପାରୁନି କୌଣସି ପ୍ରକଳ୍ପ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କ ଲଗାତାର ୫ ଥର ଧରି ହିଂଜିଳି ବିଧାନସଭା ଆସନରୁ ନିର୍ବାଚିତ ହେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହିଂଜିଳିର ଜନସାଧାରଣ, ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଠାରୁ ବହୁତ କିଛି ଆଶା ରଖିଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ଗତ ୪ ଏପ୍ରିଲ ୨୦୧୮ରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ହିଂଜିଳି ଗ୍ରସ୍ତ ସମୟରେ ବହୁ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ସମସ୍ତ ପ୍ରକଳ୍ପ ପ୍ରାୟ ୨ବର୍ଷ ପୁରିବାକୁ ବସିଥିବା ବେଳେ କାର୍ଯ୍ୟକ୍ଷମ ହୋଇ ପାରୁନଥିବା ଯୋଗୁଁ ଅଂଚଳବାସୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ଅନ୍ୟପକ୍ଷରେ ନବୀନଙ୍କ ଗଡ଼ରେ ବିକାଶ ଏକ ପ୍ରକାର ଆଣ୍ଠେଇଛି ବୋଲି ବିରୋଧି ଗୋଷ୍ଠୀ ଅଭିଯୋଗ କରିବାକୁ ପଛାଉନାହାନ୍ତି । ଗତ ୪ ଏପ୍ରିଲ ୨୦୧୮ରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ହିଂଜିଳି ଗ୍ରସ୍ତ କରି ହିଂଜିଳିକାଟୁ ପୌରାଂଚଳ ପରିସରସ୍ଥ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦାନ କରିବା ସହ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ କିଟ୍ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ପାଣ୍ଠିରୁ ୩୨ କୋଟି ୪୪ଲକ୍ଷ ଟଙ୍କା ବ୍ୟୟରେ ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ, ନଗର ଉନ୍ନୟନ ପାଣ୍ଠିରୁ ୩ କୋଟି ୨୧ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟରେ ଅତ୍ୟାଧୁନି କବସ ଟର୍ମିନାଲ, କ୍ରୀଡ଼ା ଓ ଯୁବ ସେବା ପାଣ୍ଠିରୁ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ୮କୋଟି ୧୦ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ବହୁମୁଖୀ ଅନ୍ତଗୃହ କ୍ରୀଡ଼ାଙ୍ଗନ, ଗୃହ ଓ ନଗର ଉନ୍ନୟନ ବିଭାଗରୁ ୯ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ମାର୍କେଟ କମ୍ପେ୍‌କ୍ସ, ରାଜ୍ୟ ଯୋଜନା ପାଣ୍ଠିରୁ ୩ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ୨ଟି ପ୍ରେସର ଜଳ ବିନୋଦନଗାର, ଗୃହ ଓ ନଗର ଉନ୍ନୟନ ପାଣ୍ଠିରୁ ୧ କୋଟି୨୬ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଆମିଷ ବଜାର, ୧ କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ପୌର ପରିଷଦ କାର୍ଯ୍ୟାଳୟ ଓ ଦକ୍ଷତା ବିକାଶ କେନ୍ଦ୍ର, ୪୨ ଲକ୍ଷ ଟଙ୍କା ବ୍ୟୟରେ ବରିଷ୍ଟ ନାଗରିକଙ୍କ ଚିତବିନୋଦନ କେନ୍ଦ୍ର ଓ ୨୯ଲକ୍ଷ ଟଙ୍କା ବ୍ୟୟରେ ପୌର ପରିଷଦ ଅତିଥି ଭବନ ନିର୍ମାଣ ସକାଶେ ଶିଳାନ୍ୟାସ କରିଥିଲେ । ହିଂଜିଳିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସଦା ସର୍ବଦା ୁଧ୍ୟମ ଜାରୀ ରଖିଛନ୍ତି ବୋଲି ଦଳୀୟ କର୍ମୀ କହି ବୁଲୁଥିବା ବେଳେ ବିରୋଧୀ ଏହାକୁ ଏକ ନିର୍ବାଚନ ଚାଲ ବୋଲି ମତ ପ୍ରକାଶ କରିଥିଲେ । ସମସ୍ତ ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇ ପ୍ରାୟ ୨ବର୍ଷ ବିତିବାକୁ ବସିଥିବା ବେଳେ କୌଣସି ପ୍ରକଳ୍ପର ଏଯାବତି ଲୋକାପର୍ଣ ହୋଇନପାରିବା ଯୋଗୁଁ ଅଂଚଳବାସୀଙ୍କମନରେ ନାନା ପ୍ରଶ୍ନ ଉଊଙ୍କି ମାରୁଛି । ଚଳିତ ସାଧାରଣ ନିର୍ବାଚନରେ ନବୀନ ବାବୁ ବିଜୟ ଲାଭ କରିବା ପରେ ମଧ୍ୟ ଅଂଚଳବାସୀଙ୍କୁ ଏଯାବତ୍ ଶୁଭେଛା ଜଣାଇବାକୁ ମଧ୍ୟ ଆସିନାହାନ୍ତି । ୨୦୧୮ରେ ହିଂଜିଳି ଅଂଚଳର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିବା ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ କରିବା ସହ ଏକାଥରେ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଶୁଭେଛା ଜଣାଇବା ସଙ୍ଗେ ସଙ୍ଗେ ଅନେକ ନୂତନ ପ୍ରକଳ୍ପ ଭେଟି ଦେବାକୁ ଯୋଜନା ରହିଥିବା ଜଣାପଡ଼ିଛି । ନିର୍ମାଣଧିନ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ସମାପନ ସକାଶେ ୫ଟି ସଚିବ ଭି, କାର୍ତିକେୟାନ ପାଣ୍ଡିୟାନଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲିପ ମହାନ୍ତି, ଗଂଜାମ ଜିଲ୍ଲାପାଳଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ବାରମ୍ବାର ହିଂଜିଳି ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ଫେରୁଥିଲେ ମଧ୍ୟ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୋଇନପାରିବା ଘଟଣା ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକାର କାର୍ଯ୍ୟ ଶେଷ ହୋଇନପାରିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ହିଂଜିଳି ଗ୍ରସ୍ତ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇ ପାରୁନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ୨୦୧୯ ଜାନୁୟାରୀ ମାସ ୩ୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ହିଂଜିଳି ଗ୍ରସ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ବେଳେ ପରବର୍ତୀ ସମୟରେ ଫେବୃୟାରୀ ୧୧, ପରେ ୧୮ ଏବଂ ବର୍ତମାନ ୨୮ ତାରିଖରେ ଗ୍ରସ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଜଣାପଡ଼ିଛି । ତେବେ ୨୮ ତାରିଖ ମଧ୍ୟରେ ବହୁ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇପାରିବ କି ନାହିଁ ସନ୍ଦେହ ପ୍ରକାଶ ପାଇଛି । ଯଦି ୨୮ ତାରିଖ ସୁଦ୍ଧା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମାପ୍ତ ନହୁଏ, ତା ହେଲେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ପରିବର୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ