ବିବାହିତ ମହିଳାଙ୍କ ସଂନ୍ଦେହ ଜନକ ମୃତ୍ୟୁ
ରାଇରଂଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଧିନ ବିଜାତଳା ବ୍ଲକର ସରଗଡା ପଂଚାୟତ ହାତୀଶାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅକୁ ହତ୍ୟା କରାଯାଇଥିବା ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଆସନ୍ତାକାଲି ପଂଚନାମା ନିମନ୍ତେ ମେଡିକାଲକୁ ପଠାଯିବ ବୋଲି ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ ସୋମବାର ରାତିରେ ହାତୀଶାଳ ଗ୍ରାମର ରତ୍ନ ମାଝୀ ଏବଂ ସ୍ତ୍ରୀ ସୋମବାରୀ ଖାଇ ପିଇ ରାତିରେ ଶୋଇଥିବା ବେଳେ ସକାଳୁ ରତନ ଙ୍କ ସ୍ତ୍ରୀ ଆଉ ନିଦରୁ ଉଠିନଥିଲେ । ଏହା ପରେ ଗ୍ରାମବାସୀଙ୍କୁ ଜଣାଇ୍ବା ସହ ଶ୍ୱଶୁରଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସେଠାରେ ଶଶୁର ଦାସମାତ ମାରାଣ୍ଡି ପହଞ୍ଚି ଝିଅର ମୃତ୍ୟୁ ହୋଇଛି ବୋଲି କହିଥିଲେ । ଏସଡିପିଓ, ଗୋରୁମହିଷାଣୀ ଥାନା ଅଧିକାରୀଙ୍କ ସମେତ ଘଟଣାସ୍ଥଳରେରେ ପହଞ୍ଚି ତଦନ୍ତ କରିଥିଲେ ।ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ । ଥାନାରେ ଝିଅର ବାପା ଦାସମାତ ତାଙ୍କ ଜୋଇଁ ରତନ ଝିଅକୁ ମାରି ଦେଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି । ସେହି ଲିଖିତ ଅଭିଯୋଗ କ୍ରମେ ପୋଲିସ ୯/୨୦ ମାମଲା ରୁଜୁ କରିବା ସହ ତଦନ୍ତ ଜାରୀ ରଖିଛି ।


