ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳର ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଘୋଡାଗାଡୁ ଗ୍ରାମରେ ୭୩ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଜୁରୀପଡା ବ୍ଲକର ପୂର୍ବତନ ଅଧକ୍ଷ ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ସାହୁ, ଅନୁଷ୍ଠାନର ଉପାଧ୍ୟକ୍ଷ ତଥା ଅବସର ପ୍ରାପ୍ତ ପୁଲିସ ଅଧିକ୍ଷକ ଦିଲ୍ଲୀପ ସାହାଣୀ, ପୂର୍ବତନ ବ୍ୟାଙ୍କ ଅଧିକାରୀ ଶୁଭେନ୍ଦୁ ତ୍ରିପାଠୀ, ସମାଜସେବୀ ବିଷ୍ଣୁ ଚରଣ ପ୍ରଧାନ, କ୍ଷୀରୋଦ ସାହୁ, ପ୍ରଫେସର ଅମୁଲ୍ୟ ତ୍ରିପାଠୀ, ସଂଗଠନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ବରାଳ ଦେବୀ ସିଡ ଷ୍ଟୋର ମାଲିକ ତ୍ରିଲୋଚନ ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ପି. ସୁଧାଂଶୁମୋହନ ସେନାପତି,ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ସଂଗଠନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୋଡାଗାଡୁ ଗ୍ରାମ ବାସୀ ଦିଲ୍ଲୀପ ସାହୁ, ରମେଶ ପ୍ରଧାନଓ ଗ୍ରାମ ର ବହୁ ଯୁବକ ଓ ଗ୍ରାମବାସି ଯୋଗ ଦେଇସମସ୍ତ ସହଯୋଗ କରିବା ସହ ବିଭିନ୍ନ ରକମର ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆସନ୍ତା ରବିବାର ଦିନପୁନର୍ବାର ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ