ସହୀଦ୍ ଭଗତସିଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ବିୟୋଗରେ ଶୋକସଭା

ଛତ୍ରପୁର, (ଦେବଦତ୍ତ ମହାରଣା):ଖଣ୍ଡଦେଉଳି ସହିଦ୍ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦୁର୍ଯ୍ୟୋଧନ ସେଠୀଙ୍କ ବିୟୋଗରେ ବୁଧାବର ସ୍ଥାନୀୟ ପିଏନ୍‌ୟୁଏ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଣ୍ଡିତ ନୀଳକଣ୍ଠ ଉତ୍କଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ରାଜେନ୍ଦ୍ର କୁମାର ଦାଶ, ସୋମନାଥ ସାହୁ, ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ, ରାମଚନ୍ଦ୍ର ବେହେରା, କାଳିପ୍ରସାଦ ଦାଶ ଓ ଡମିନାଥ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ଅରୁଣ କୁମାର ଶତପଥୀ, ରବୀନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ଭି.ରାଜେନ୍ଦ୍ର ରାଜୁ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଶିକ୍ଷକ ଦିଲ୍ଲୀପ କୁମାର ପଲାଇ, ଭାସ୍କର ଚନ୍ଦ୍ର ସ୍ୱାଇଁ, ଡି.ପ୍ରକାଶ ରାଓ, ଦିନେଶ ଶର୍ମା, ଘନଶ୍ୟାମ ବେହେରା, ପ୍ରଦୀପ କୁମାର ବେହେରା, କୃପାସିନ୍ଧୁ ପଣ୍ଡା, କେ.ସତ୍ୟନାରାୟଣ ରେଡ୍ଡୀ, ଦୀପକ କୁମାର ଦାଶ, ଏମ୍‌.ରାଜୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ସେଠୀ ଏକାଧାରାରେ ଶିକ୍ଷାବିତ୍‌, ସୁସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, କଳା ଓ ସଂସ୍କୃତ ପ୍ରେମୀ, ମଞ୍ଚ ଅଭିନେତା, ବନ୍ଧୁବାତ୍ସଲ, ମିଷ୍ଟଭାଷୀ, ମେଳାପୀ ଥିଲେ । ତାଙ୍କରି ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କରି ଶୋକକୁଳ ପରିବାରକୁ ସମବେଦନା ଜଣାଯାଇଥିଲା । ସେହିପରି ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲା ଖାଉଟି ସୁରକ୍ଷା ଅଦାଲତର ପୂର୍ବତନ ଅଧ୍ୟକ୍ଷ ବିଭୂତି ଭୂଷଣ ଦାଶଙ୍କ ଆଜି ବିୟୋଗ ଘଟିଥିବା ନେଇ ତାଙ୍କରି ସ୍ମୃତିଚାରଣ କରିବା ସହ ସ୍ୱର୍ଗତ ଦାଶଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ