ପ୍ରତି ମଙ୍ଗଳବାର ଓ ଶୁକ୍ରବାର ହେବ ଟେଲି ମେଡିସିନି ପରାମର୍ଶ

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ବିଶେଷଜ୍ଞ ଚିକିତ୍ସକମାନଙ୍କୁ ନେଇ ଏକ ଦଳ ଗଠନ କରିଛି । ଏହି ଦଳ ବିଭିନ୍ନ ରାଜ୍ୟରେ କରୋନା ଆଇସିୟୁ ସହିତ ସଂଶ୍ଳିଷ୍ଟ ଡାକ୍ତରମାନଙ୍କୁ ପରାମର୍ଶ ଦେବେ । କୋଭିଡ ଚିକିତ୍ସାରେ ଟେଲି ପରାମର୍ଶକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ବିବେଚନା କରାଯାଉଛି । ନୂଆଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ଟେଲି ଭିଡିଓ ପରାମର୍ଶ ଜରିଆରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଚିକିତ୍ସକମାନଙ୍କୁ ପରାମର୍ଶ ଦେଉଛନ୍ତି । ଏ ପ୍ରକାର ପରାମର୍ଶ ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇବାର ଆଶା କରାଯାଉଛି । ମଙ୍ଗଳବାର ଓ ଶୁକ୍ରବାର ସପ୍ତାହରେ ଦୁଇଦିନ ଏହି ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଅପରାହ୍ନରୁ ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ମୁମ୍ବାଇରୁ ୯ ଏବଂ ଗୋଆରୁ ଗୋଟିଏ ହସ୍ପିଟାଲ ସହ ମୋଟ ୧୦ଟି ହସ୍ପିଟାଲ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେଗୁଡିକ ହେଲା ନେସ୍କୋ ଜୁମ୍ବୋ ଫେସିଲିଟି, ପି ସାଉଥ (ଫେଜ-୨, କୋଭିଡ ମୁଳୁଣ୍ଡ ଜୁମ୍ବୋ ଫେସିଲିଟି-ଟି (ଫେଜ-୨, ମାଲାଡ ଇନଫିନିଟି ମଲ ଜୁମ୍ବୋ ଫେସିଲିଟି, ପିଏନ ଫେଜ-୩, ଜିଓ କନଭେନସନ ସେଣ୍ଟର ଜୁମ୍ବୋ ଫେସିଲିଟି, ଏଚଇ ଫେଜ-୩, ନାଇର ହସ୍ପିଟାଲ, ଏମସିଜିଏମ ସେଭେନ ହିଲ୍ସ, ଏମଏମଆରଡିଏ ବିକେସି ଜୁମ୍ବୋ ଫେସିଲିଟି, ଏଚଇ ଫେଜ-୨, ଏମଏମଆରଡିଏ ବିକେସି ଜୁମ୍ବୋ ଫେସିଲିଟି, ଏଚଇ ଫେଜ-୧, ମୁମ୍ବାଇ ମେଟ୍ରୋ ଦହିସାର ଜୁମ୍ବୋ ଫେସିଲିଟି, ଟି ଫେଜ-୨ ଏବଂ ଗୋଆର ପାଣଜୀସ୍ଥିତ ଗମେଣ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲ । କରୋନା ସଂକ୍ରମିତଙ୍କ ପାଇଁ ଏକାନ୍ତବାସ ଶଯ୍ୟା, ଅମ୍ଳଜାନ ସହାୟକ ଆଇସିୟୁ ଶଯ୍ୟା ଭଳି ଏସବୁ ହସ୍ପିଟାଲରେ ୧୦୦୦ଶଯ୍ୟା ରହିଛି । ଆଜିର ଅଧିବେଶନକୁ ନୂଆଦିଲ୍ଲୀସ୍ଥିତ ଏମ୍ସର ଫୁସଫୁସ ରୋଗ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡଃ ଆନନ୍ଦ ମୋହନ ପରିଚାଳନା କରୁଛନ୍ତି । ଏହି ଟେଲି ପରାମର୍ଶ ଅଭ୍ୟାସ ଦେଶର ଆଉ ୬୧ଟି ହସ୍ପିଟାଲକୁ ସମ୍ପ୍ରସାରିତ ହେବ । ସପ୍ତାହକୁ ଦୁଇଥର ହେବାକୁ ଥିବା ଏହି ଅଧିବେଶନରେ ୫୦୦-୧୦୦୦ପର୍ଯ୍ୟନ୍ତ ଶଯ୍ୟା ଥିବା ହସ୍ପିଟାଲ ଭାଗ ନେବେ । ଚଳିତ ମାସ ଶେଷ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୧୭ରାଜ୍ୟ ଅଂଶଗ୍ରହଣ କରିବେ । ସେଗୁଡିକ ହେଲା ଦିଲ୍ଲୀ, ଗୁଜରାଟ, ତେଲଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ହରିୟାଣା, ଓଡିଶା, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡଖଣ୍ଡ ଏବଂ ମହାରାଷ୍ଟ୍ର । ଆଇସିୟୁ ଦାୟିତ୍ୱରେ ଥିବା ଦୁଇଜଣ ଡାକ୍ତର ଓ ସମ୍ପୃକ୍ତ ରାଜ୍ୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଭିଡିଓ କନଫରେନ୍ସ ଜରିଆରେ ଏଥିରେ ଅଂଶଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ