ପ୍ରଥମଥର ଅଡିଶନର ସାମ୍ନା କଲେ କରୀନା
ପ୍ରଥମ ଥର କରୀନା କପୁର ଫିଲ୍ମ “ଲାଲ୍ ସିଂହ ଚଢ଼ା’ପାଇଁ ଅଡିଶନ ଦେଇଛନ୍ତି । ୧୯ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ କେବେ ବି ଅଡିଶନର ସାମ୍ନା କରି ନ ଥିଲେ । ଏକ ସାକ୍ଷାତକାରରେ କରୀନା କହିଛନ୍ତି, ଫିଲ୍ମ “ଲାଲ୍ ସିଂହ ଚଢ଼ା’ ପାଇଁ ଅମୀର ଚାହୁଁଥିଲେ ଶତପ୍ରତିଶତ ସେ ଭଲ କରିବା ଦରକାର । ତେଣୁ ତାଙ୍କୁ ଅଡିଶନ ଦେବାକୁ ପଡ଼ିଲା । ପୁଣି କହିଛନ୍ତି, ଫିଲ୍ମ “ରିଫ୍ୟୁଜ୍’ ଜରିଆରେ ବଲିଉଡରେ ସେ ଡେବ୍ୟୁ କରିଥିଲେ ହେଁ ସେତେବେଳେ ତାଙ୍କୁ ଅଡିଶନର ସମ୍ମୁଖୀନ ହେବାକୁ ପଡ଼ି ନ ଥିଲା, ଯେଉଁଟା ସେ ଏବେ କରିଛନ୍ତି । କରୀନାଙ୍କ ଆଗାମୀ ଫିଲ୍ମ “ଲାଲ୍ ସିଂହ ଚଢ଼ା’ରେ ସେ ଅମୀରଙ୍କ ସହ ଅଭିନୟ କରୁଛନ୍ତି । ଅମୀର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ୧୯୯୪ ମସିହାରେ ରିଲିଜ୍ ହୋଇଥିବା ଆମେରିକାନ୍ ହେକମେଡି ଫିଲ୍ମ “ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍ । ଏହା ପୂର୍ବରୁ ଏହି ଯୋଡ଼ି “ତଲାଶ’ ଏବଂ “ଥ୍ରୀ ଇଡିୟଟ୍ସ’ରେ କମାଲ ଦେଖାଇ ସାରିଛନ୍ତି । ବଡ଼ ପରଦାରେ ଅଭିଷେକ ବଚ୍ଚନଙ୍କ ସହିତ କରୀନା ପ୍ରଥମଥର ଫିଲ୍ମ “ରିଫ୍ୟୁଜ୍’ରେ ଅଭିନୟ କରିଥିଲେ । ଇତିମଧ୍ୟରେ ୩୯ ବର୍ଷୀୟା କରୀନା “ଥ୍ରୀ ଇଡିଅଟ୍ସ’, “ଜବ୍ ଉଇ ମେଟ୍’, “ବଡିଗାର୍ଡ’,”ସିଂଘମ୍ ରିଟର୍ନସ’, “ଗୋଲମାଲ୍ ଥ୍ରୀ’ ପରି ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ୧୯ ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଅନେକ ପୁରସ୍କାର ମଧ୍ୟ ହାତେଇ ସାରିଛନ୍ତି । ଏପରିକି ତାଙ୍କୁ ବେଷ୍ଟ ଫିମେଲ୍ ଡେବ୍ୟୁ ଆୱାର୍ଡ ମିଳିସାରିଛି ।


