ଅର୍ବାନ ବ୍ୟାଙ୍କ ତରଫରୁ ବୃକ୍ଷରୋପଣ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): କୋପରିଟିଭ୍ ଅର୍ବାନ ବ୍ୟାଙ୍କ ର ୭୫ ତମ ପ୍ଲାଣ୍ଟିନମ ଜୟନ୍ତି ଉପଲକ୍ଷେ ବ୍ୟାଙ୍କର ସଭାପତି ଦୁକୁଲ ଚନ୍ଦ୍ର ପୋଲାଇଙ୍କ ନେତୃତ୍ୱରେ ରେମୁଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁଦ୍ରପୁରର ସଂସ୍କୃତି ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୧୫୦ ଟି େଓ÷ାଷଧିୟ ଓ ମୁଲ୍ୟବାନ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିବା ସହିତ ଛାତ୍ରଛାତ୍ରୀ ମାନେ ବୃକ୍ଷ୍ୟରୋପଣରେ ସାହାର୍ଯ୍ୟ କରିଥିଲେ । ଏଥିସହ ଯୁବସମାଜ ସେବୀ ଡ ଭବାନୀ ଶଙ୍କର ବେହେରା ସହଯୋଗ କରିଥିଲେ ।


