ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଶସ୍ୟ କାଟ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ଧାନ ଶସ୍ୟ କାଟ କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ଲଣ୍ଡାବାଉଁଶ ମୈାଜାରେ ଅନୁଷ୍ଠିତ ହୋଇ ଯାଇଛି । ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା କୃଷି ଅଧିକାରୀ ବିଦୁର ସେଠ୍ ମାଝୀ, ଅତିରିକ୍ତ କୃଷି ଅଧିକାରୀ ନିକୁଞ୍ଜ ନାୟକ, କୃଷି ଅଧିକ୍ଷକ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ନିହାରିକା ପଣ୍ଡା, ମିଥୁନ ସେଠୀ, ପରିସଂଖ୍ୟାନ ବିଭାଗର ଏସଏଫଆଇ ଓ ଏସଏଫଏସ୍ ଏବଂ ଗ୍ରାମର ଚାଷୀମାନେ ଉପସ୍ଥିତ ରହି ଧାନ ଶସ୍ୟ କାଟ କରାଯାଇଥିଲା ‌। ଯାହା ଦ୍ଵାରା ପ୍ରଧାନମନ୍ତ୍ରୀ ଫସଲ ବୀମା ନିର୍ଦ୍ଧାରଣ ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆପ ମାଧ୍ୟମରେ ଅନଲାଇନ ପୁରଣ କରାଯାଇ ଚାଷୀ ମାନଙ୍କ ଉତ୍ପାଦନ ସମ୍ବନ୍ଧୀୟ ତଥ୍ୟ ଆଧାରରେ ଫସଲ ବୀମା ପ୍ରଦାନ କରାଯିବା ବ୍ୟବସ୍ଥା ରହିଅଛି । ନମୁନା ସ୍ୱରୂପ ୩ ବର୍ଷର ଅମଳକୁ ଆଧାର କରି ଫସଲ ବୀମା ନିର୍ଦ୍ଧାରଣ କରାଯାଇଥାଏ ।ପ୍ରଧାନମନ୍ତ୍ରୀ ଫସଲ ବୀମା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ