ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଫାଟକରେ ତାଲା ପକାଇ ଧାରଣା ଦେଲେ ଛାତ୍ର ଛାତ୍ରୀ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଳାସପୁର ର ଶିକ୍ଷକ ବାବୁଲା ଡାକୁଆ ଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରୀ ଛାତ୍ର | ଯେ ପର୍ଯ୍ୟନ୍ତ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ନ ହୋଇଛି ସେମାନେ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ଛାତ୍ରୀ ଛାତ୍ର କହି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବସିଥିଲେ | ବିଦ୍ୟାଳୟ ରେ ଆଜକୁ ୨୬ବର୍ଷ ରୁ ଉର୍ଧ୍ଵ ସମୟ ହେଲା ପ୍ରଧାନ ଶିକ୍ଷକ ଦାଇତ୍ୱରେ ରହି ଆସୁଥିଲେ | ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି | ବାବୁଲା ଡାକୁଆ ଙ୍କ ସମୟରେ ବିଦ୍ୟାଳୟର ବୋହୂ ଉନ୍ନତି ହୋଇଥିଲା | ଏନେଇ ସାନଖେମୁଣ୍ଡି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସିମାଞ୍ଚଳ ରଥ, ଶୁକଦେବ ମଲ୍ଲିକ ସିଆରସିସି ଅଶୋକ କୁମାର ମଲ୍ଲିକ, ସରପଞ୍ଚ ଜାଗିଲି ସେଠୀ ପହଞ୍ଚି ପିଲା ମାନଙ୍କୁ ବୁଝା ସୁଝା କରିବା ପରେ ପିଲା ମାନେ ମୁଖ୍ୟ ଫାଟକ ରୁ ତାଲା ଖୋଲି ବିଦ୍ୟାଳୟ କୁ ଯାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ