ପ୍ରଧାନ ମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ସମ୍ପର୍କରେ ଜିଲ୍ଲା ସ୍ତରୀୟ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ କାର୍ଯ୍ୟକାରୀ ହେବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ପରିଚାଳନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅବଗତ କରାଇଥିଲେଯେ, ଗତ ବର୍ଷ ନଭେମ୍ବର ୨୦୨୩ ମସିହା ୧୫ ତାରିଖରେ ପ୍ରଧାନ ମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତ ମାସ ୨୩ ତାରିଖରୁ ଆସନ୍ତା ସେପ୍ଟେମ୍ବର ମାସ ୧୦ ତାରିଖ ପର୍ଯ୍ୟନ୍ତ ମିଶନ୍ ମୋଡ୍ ରେ ଅନୁସନ୍ଧାନ କାର୍ଯ୍ୟଶେଷ ହୋଇ ଏହାର କାର୍ଯ୍ୟକାରିତା ଘେନି ଖସଡା ପ୍ରସ୍ତୁତ ହେବ । ଏହି ପ୍ରଧାନମନ୍ତ୍ରୀ ଜନମନ୍ ପରିଯୋଜନା ନିର୍ଦ୍ଦିଷ୍ଟ ରୂପେ ଦୁର୍ବଳ ଜନଜାତି ସମୁଦାୟଙ୍କ ଜୀବନର ମାନ ଉନ୍ନତି ହୋଇ ପାରିବ । ଏହି ଯୋଜନା ଭାରତର ୧୮ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରିତା ସହ ପରବର୍ତ୍ତି ତିନି ବର୍ଷରେ ଏହି ମିଶନ୍ ପାଇଁ ୨୪ ହଜାର କୋଟି ଟଙ୍କା ଉତ୍ସର୍ଗୀତ ହୋଇଛି । ଦୁର୍ବଳ ଜନଜାତି ସମୁଦାୟଙ୍କ ଜୀବନ ମାନ ଉନ୍ନତି ଆଣିବା ସକାଶେ ସମସ୍ତଙ୍କ ପାଇଁ ପକ୍କାଘର ଯେଉଁଥିରେ ସ୍ଥାନୀୟ ଢାଞ୍ଚା ଆଧାରରେ ଶୌଚାଳୟ ସହ ପକ୍କାଘର ନିର୍ମାଣ ହେବ । ପ୍ରତ୍ୟେକ ଘରକୁ ନଳ ଯୋଗେ ପାଣି ଯୋଗାଣ, ଗାଁ ଗାଁ କୁ ରାସ୍ତା, ଘରକୁ ବିଜୁଳି, ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସୁବିଧା, ଉନ୍ନତ ପୋଷଣ, ଉନ୍ନତ ଜୀବନ ଧାରା, ଉନ୍ନତ ଟେଲିକମ୍ ଯୋଗାଯୋଗ, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଧାରରେ ନିଃଶୁଳ୍କ ରାସନ, ପ୍ରଧାନ ମନ୍ତ୍ରୀ ଉଜ୍ଜଳା ଯୋଜନା ଆଧାରରେ ନିଃଶୁଳ୍କ ଗ୍ୟାସ ଯୋଗାଣ, ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଧାରରେ ଆୟୁଷ୍ମାନ୍ ଭାରତ, ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଆଧାରରେ ଗର୍ଭବତୀ ମା ମାନଙ୍କୁ ଆର୍ଥିକ ସହାୟତା, ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା ଆଧାରରେ ଗର୍ଭବତୀ ଓ ପ୍ରସୁତୀ ମା ମାନଙ୍କୁ ଆର୍ଥିକ ସହାୟତା, ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ ଯୋଜନା ଆଧାରରେ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସବ, ସିକିଲ ସେଲ ଆନିମିଆ, ଶତ ପ୍ରତିଶତ ଟିକା କରଣ, ଯକ୍ଷ୍ମା ନିବାରଣ, ମଧ୍ୟାହ୍ନ ଭୋଜନ, ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଇତ୍ୟାଦି ୨୨ ଗୋଟି ଯୋଜନା କାର୍ଯ୍ୟକାରି ହେବାକୁ ଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଜଣାଇଥିଲେ । ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେମିତି ଶେଷ ହେବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତୁମ୍ବା ଅଞ୍ଚଳ ଗ୍ରାମକୁ ରାସ୍ତା ସଠିକ ନଥିବା ହେତୁ ଶ୍ରମ ଦାନ କରି ଘର ତିଆରି ସାମଗ୍ରୀ ବୋହି ନେବାକୁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ସୁରେଶ ଚନ୍ଦ୍ର ଜିତ୍ ବାବୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ