ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ କୁଣ୍ଡିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ମିଶ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାରଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିପାଇଁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ତାଙ୍କ ବାସଭବନରୁ ଏକ ଶୋଭାଯାତ୍ରୟାରେ ତାଙ୍କୁ ବିଦ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା ପ୍ରମୁଖ ଯୋଗଦେଇବିଦାୟୀ ଶିକ୍ଷୟତ୍ରୀଙ୍କ କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା, ଅଧ୍ୟାପନା ଓ ସ୍ନେହ ମମତାର ଗୁଣଗାନ କରିବା ସହ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ସହକାରୀ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ପହି ମାନପତ୍ର ପାଠ କରିଥିବାବେଳେ ବିଦ୍ୟାଳୟ ଓ ସହକର୍ମୀଙ୍କ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସିଆରସିସି ପ୍ରଫୁଲ କୁମାର ସାହୁ, ଶିକ୍ଷକ ଜ୍ଞାନ ରଞ୍ଜନ ଜେନା, ବିଦ୍ୟାଧର ତରେଇ, ସଞ୍ଜୟ କୁମାର ଜେନା, ନିରାକାର ଜେନା, ହରିହର ସାମଲ, ପୁର୍ଣ୍ଣଚନ୍ଦ୍ର ଜେନା, ସନାତନ ସାହୁ, ନକୁଳ ରାଉତ, ସୁରେନ୍ଦ୍ର କୁମାର ସା, ସଞ୍ଜୟ କୁମାର ପତି, ସତ୍ୟନାରାୟଣ ବେହେରା, ସନାତନ ସାହୁଙ୍କ ସମେତ ଆଖ ପାଖ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନନ୍ଦ କିଶୋର ପତି, ଅଙ୍ଗନବାଡି କର୍ମୀ ଜୟନ୍ତୀ ମୁଦୁଲି, କମିଟି ସଦସ୍ୟ ପ୍ରଶାନ୍ତ ସାହୁ, କାଦମ୍ବିନୀ ସା, କୁଞ୍ଜଲତା ସାହୁ, ପ୍ରେମାନନ୍ଦ ଜେନା, ସୁରେନ୍ଦ୍ର ଘଡେଇ, ଅଞ୍ଜନା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ