ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଓଡିଆ ଭାଷା,ସାହିତ୍ୟ,କଳା ଓ ସଂସ୍କୃତିର ସଫଳ ଗବେଷକ ତଥା ଓଡ଼ିଆ ଭାଷାକୁ ନୂତନ ଦୀଗ୍ ଦର୍ଶନ ଦେଉଥିବା ସଫଳ ନାୟକ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଓ ଛାତ୍ର ବତ୍ସଳ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର” ବାଲିପଦର ପକ୍ଷରୁ ଏକ ଶୋକସଭା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ଘୁମୁସର ର ସ୍ୱର” ର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ଏହି ଶୋକସଭା ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାହିତ୍ୟିକ ତଥା କବି ଅନନ୍ତ କର, ଶିକ୍ଷାବିତ୍ ଗୈାରୀ ଶଙ୍କର ମିଶ୍ର, ଯୁବ ଶିଳ୍ପଦ୍ୟୋଗୀ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ଶିକ୍ଷକ ସନ୍ତୋଷ କୁମାର ସେଠୀ, କାର୍ତ୍ତିକେଶ୍ୱର ବିଷୋୟୀ, ଶିକ୍ଷକ ବସନ୍ତ କୁମାର ସାହୁ, ଅଭିମନ୍ୟୁ ଡାକୁଆ, ଖଲି ପରିଡା, ଜି.ରାଜେଶ୍ବର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ଇ.ନୀଳାଞ୍ଚଳ ପାତ୍ର ପ୍ରମୁଖ ଯୋଗଦେଇ ପ୍ରଫେସର ସ୍ୱର୍ଗତ ଦେବୀ ପ୍ରସନ୍ନଙ୍କ ସ୍ମୃତି ଚାରଣ କରି ଓଡ଼ିଆ ସାହିତ୍ୟ ଜଗତରୁ ଏକ ଉଜ୍ବଳ ତାରକାର ବିଲୟ ଘଟିଲା ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରତିଷ୍ଠାନ ପକ୍ଷରୁ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ତୈଳ ଚିତ୍ରରେ ପୁଷ୍ପ ପ୍ରଦାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ