ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଲକ ଅନ୍ତର୍ଗତ ରୁଖାକଣା ଗ୍ରାମର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ମଙ୍ଗଳବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ରୁଖାକଣା ଗ୍ରାମର ମିଟୁ ଦଳେଇ ମଥୁରା ଗ୍ରାମ ନିକଟରେ ଏକ ଘରୋଇ ବସ ଧକ୍କାରେ ଗୁରୁତର ଆହତ ହୋଇ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗରୁତର ଥିବାରୁ ପୁଣି ବ୍ରହ୍ମପୁର ବଡମେଡିକାଲରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କଲାବେଳେ ଅଧାରାସ୍ତାରେ ମିଟୁ ଦଳେଇଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ରୁଖାକଣା ଗ୍ରାମକୁ ଯାଇ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ମିଟୁ ଦଳେଇଙ୍କ ପରିବାରକୁ ଭେଟି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ