ପ୍ରବାସୀ ନିର୍ମାଣ ଶ୍ରମିକ ମାନେ ପଞ୍ଜୀକରଣ ପାଇଁ ପଞ୍ଚାୟତ କିମ୍ବା ବ୍ଲକରେ ଆବେଦନ କରିପାରିବେ
ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର କୋଭିଡ୍-୧୯ ସମୟରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ନିର୍ମାଣ ଶ୍ରମିକ ମାନେ ପଞ୍ଜୀକରଣ ପାଇଁ ପଞ୍ଚାୟତ କିମ୍ବା ବ୍ଲକରେ ଆବେଦନ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ମାଣ ଶ୍ରମିକ ମାନେ ଆବେଦନ ପତ୍ର ସହ ଆବଶ୍ୟକୀୟ ପ୍ରମାଣ ପତ୍ର ଏବଂ ରେଜିଷ୍ଟ୍ରେସନ ଫି ବାବଦ ୨୦ ଟଙ୍କା ପୈଠ କରିବେ । ନିର୍ମାଣ ଶ୍ରମିକ ମାନଙ୍କର ରେଜିଷ୍ଟ୍ରେସନ ସମ୍ବନ୍ଧୀୟ କୌଣସି ପ୍ରକାର ସମସ୍ୟା ହେଲେ ବ୍ଲକର ବିଡିଓ କିମ୍ବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସହ ସଂପର୍କ କରିବାକୁ ପରାମର୍ଶ ଦିଆଯାଇଛି ।


