ପ୍ରଭୁ କରନ୍ତି ନିଜର ଜଳାଭିଷେକ

ବିଶ୍ୱର ନାଥ ପ୍ରଭୁ ମହାଦେବଙ୍କର ଭାରତର ବହୁ ସ୍ଥାନରେ ମନ୍ଦିର ରହିଛି । ଏପରି ଏକ ଅଲୌକିକ ମନ୍ଦିର ଅଛି ଯେଉଁଠାରେ ପ୍ରଭୁ ଭୋଳା ଶଙ୍କର ନିଜେ ନିଜର ଜଳ ଅଭିଷେକ କରିଥାଆନ୍ତି । ପ୍ରାୟ ୨୦୦ ବର୍ଷର ପୁରୁଣା ଏହି ମନ୍ଦିର, ଗୁଜୁରାଟର ଭରୁଷ୍ ଜିଲ୍ଲାର ଭଦୋଦରା ସହରରୁ ୭୫ କିଲୋମିଟର ଦୂରରେ ଥିବା କମ୍ଭିକମ୍ବୋଇଠାରେ ରହିଛି । ସ୍ତମ୍ଭେଶ୍ୱର ମହାଦେବ ନାମରେ ଏହି ମନ୍ଦିର ବେଶ୍ ଜଣାଶୁଣା । ଶାସ୍ତ୍ର ଅନୁଯାୟୀ ଏଠାରେ ଥିବା ଶିବଲିଙ୍ଗ ଭଗବାନ ମହାଦେବଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ସମୁଦ୍ର ନିକଟବର୍ତ୍ତୀ ଏହି ମନ୍ଦିରର ଏକ ବିଶେଷତ୍ୱ ହେଉଛି ଦିନକୁ ୨ଥର ଜୁଆର ଓ ଭଟ୍ଟା ଆସିବା ମାତ୍ରେ ଏହି ମନ୍ଦିର ସ୍ୱୟଂ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଏ । ସକାଳ ଓ ସନ୍ଧ୍ୟାରେ ନିଶ୍ଚୟ ସମୁଦ୍ରରେ ଜଳମଗ୍ନ ହୋଇରହିଥାଏ ଏହି ମନ୍ଦିର । ଯେଉଁ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି ସକାଳୁ ସନ୍ଧ୍ୟା ଯାଏଁ ଅପେକ୍ଷା କଲେ ହିଁ ଭଗବାନଙ୍କୁ ଦର୍ଶନ କରିପାରନ୍ତି । ଜୁଆର ଓ ଭଟ୍ଟା ଆସିବା ସମୟ ସେଠାରେ ବୋର୍ଡ଼ରେ ସୂଚିତ ହୋଇରହିଥାଏ । ତେଣୁ ସେହି ସମୟରେ ମନ୍ଦିରରେ କେହି ମଧ୍ୟ ରହନ୍ତିନାହିଁ । ପ୍ରକୃତିର ଏକ ଅଲୌକିକତା ଏଠାରେ ଦେଖିବାକୁ ମିଳିଥାଏ । ଏହି କାରଣ ହେତୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ପରିଲକ୍ଷିତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ