ପ୍ରଶାନ୍ତ ହେଲେ ଅସ୍ତରଙ୍ଗ ଯୁବ ବିଜେଡି ସଭାପତି

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ମନୋନୀତ ହେଲେ ଅସ୍ତରଙ୍ଗ ଅଞ୍ଚଳର ଲଢୁଆ ଯୁବ ସଂଗଠକ, ଯୁବ ନେତା ପ୍ରଶାନ୍ତ କୁମାର ନାୟକ ( ବୁଟୁ)। ଏହି ଅବସରରେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳ କିପରି ବ୍ଲକର ୧୫ ଟି ପଞ୍ଚାୟତରେ ବିପୁଳ ବିଜୟ ହାସଲ କରିବା ସହିତ ପ୍ରତି ପଞ୍ଚାୟତରେ ସମସ୍ତ ଯୁବକମାନଙ୍କୁ ଏକାଠି କରି ଦଳର ସ୍ଥିତି ଵିଷୟରେ ଅନୁଧ୍ୟାନ କରିବା ପାଇଁ ପ୍ରତି ପଞ୍ଚାୟତର ଯୁବ ସଭାପତି ମାନଙ୍କୁ ପରାମର୍ଶ ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ, କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ଅପ୍ରତିଦ୍ଵନ୍ଦୀ ଜନନାୟକ ସୁରେନ୍ଦ୍ର ନାଥ ନାୟକ, ରାଜ୍ୟ ବିଜୁଜନତା ଦଳର ସମ୍ପାଦକ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ସମେତ ସମସ୍ତ ନେତୃତ୍ବ ତଥା ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କାକଟପୁର ବ୍ଲକ ପାଇଁ ରଞ୍ଜନ ନାୟକ ଓ କୋଣାର୍କ ଏନ ଏ ସି ପାଇଁ ରଞ୍ଜିତ ମଲ୍ଲ ଙ୍କୁ ଯୁବ ବିଜୁ ଜନତା ଦଳ ର ସଭାପତି ଭାବେ ମନୋନୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ